ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କ୍ଷତିପୂରଣ ଦାବିରେ ମୃତଦେହ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ବନ୍ୟାଜଳରେ ବାଇକ୍ ସହ ଭାସିଯାଇଥିଲେ ଯୁବକ

26/08/2022 at 2:56 PM

ଫୁଲବାଣୀ ୨୬।୮: ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ l ଫୁଲବାଣୀ ପିଲା ସାଲୁଙ୍କି ନଦୀ ବନ୍ୟାଜଳର ପ୍ରଖର ସ୍ରୋତରେ ଡାକପାଲା ବ୍ରିଜରୁ ବାଇକ୍ ଆରୋହୀ ତାପସ ରଞ୍ଜନ ଘଟାଲ ଗତ ବୁଧବାର ସନ୍ଧ୍ୟାରେ ବାଇକ୍ ସହ ଭାସି ଯାଇଥିଲେ l ଦିନକ ପରେ ତାଙ୍କ ମୃତଦେହ ୧୨ କି.ମି. ଦୂର ଡକାଙ୍ଗିଠାରେ ନଦୀ ତଟରୁ ଉଦ୍ଧାର କରାଯାଇଥିଲା l

ଡାକପାଲା ବ୍ରିଜ ସଂକୀର୍ଣ୍ଣ ଓ କମ୍ ଉଚ୍ଚା ହୋଇଥିବା ଫଳରେ କମ୍ ବର୍ଷା ହେଲେ ମଧ୍ୟ ବ୍ରିଜ୍ ଉପରେ ପାଣି ଯାଉଛି l ଫଳରେ ବ୍ରିଜ୍ ଆରପଟେ ରହୁଥିବା ମ୍ୟୁନସିପାଲିଟିର ୨ ନମ୍ବର ୱାର୍ଡର ଶତାଧିକ ଲୋକ ଯିବାଆସିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l

ବିଭିନ୍ନ ସମୟରେ ବନ୍ୟାଜଳରେ ଭାସିଯାଇ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଦୁର୍ଘଟଣା ବି ହେଉଛି l ଫଳରେ ସେଠାରେ ଉଚ୍ଚା ପୋଲ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି l ଏହାସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେବାକୁ ଲୋକେ ଦାବି କରିଛନ୍ତି । ଏହି ଦୁଇ ଦଫା ଦାବି ନେଇ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଡାକପାଲା ଗ୍ରାମବାସୀ ଘେରାଉ କରିଛନ୍ତି l ପ୍ରଶାସନ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

   Related Posts