କୋରାପୁଟ ୩୦।୯: ମାଳି ପର୍ବତରେ ଖଣି ଖନନକୁ ନେଇ ପୁନର୍ବାର ଜନଶୁଣାଣି କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ କୋରାପୁଟ ସହରରେ ବିଶାଳ ରାଲି ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ। କୋରାପୁଟ ସଦର ଥାନା ସମ୍ମୁଖରୁ ବିଶାଳ ଜନସମାଗମ ସହ ଏକ ରାଲିରେ ଅଞ୍ଚଳବାସୀ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ଖଣି ଖନନକୁ ଜନଶୁଣାଣି କରି ଯଥାଶୀଘ୍ର ଆରମ୍ଭ କରିବାକୁ ଦାବି କରିଛନ୍ତି। ଗତ ଜନଶୁଣାଣି ସମୟରେ ଅଞ୍ଚଳ ବାହାର କିଛି ଅସାମାଜିକ ଲୋକ ଆସି ତୀବ୍ର ବିରୋଧ କରିବାରୁ ଜନଶୁଣାଣି ସ୍ଥଳରେ ଲଙ୍କାକାଣ୍ଡ ଘଟାଇଥିଲେ। ଖଣି ଖନନ ଦ୍ବାରା ଅଞ୍ଚଳରେ ବିକାଶ ସହ ନିଯୁକ୍ତି ବଢ଼ିବା ସହ ଅଞ୍ଚଳର ବିକାଶ ହେବ ବୋଲି ଅଞ୍ଚଳରେ ଲୋକେ ଦାବି କରିଛନ୍ତି।
ଏପ୍ରିଲ୍ ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଧୁବାବ...