ବିରୂପା ନଦୀର ପୁନରୁଦ୍ଧାର ଦାବି କଲେ ଅଞ୍ଚଳବାସୀ

Published By : Prameya-News7 Bureau | June 30, 2022 IST

ସାଲେପୁର ୩୦।୬: ପୁଣ୍ୟତୋୟା ରିରୂପା ନଦୀର ଗର୍ଭ ଏବେ ପୋତିହେବାକୁ ବସିଲାଣି। ନଦୀ ଗର୍ଭରେ ପଠା ସୃଷ୍ଟିହୋଇ ଗଛଲତାରେ ପରିପୂର୍ଣ୍ଣ ହେବା ସହ ନଦୀର ଜଳଧାରଣ କ୍ଷମତା ଧୀରେ ଧୀରେ ହ୍ରାସ ହେବାକୁ ଲାଗିଲାଣି । ନଦୀରେ ପଠା ସୃଷ୍ଟି ହେତୁ ନଦୀ ତାର ଗତିପଥ ବଦଳାଇବା ସହ ଚାଷବାସ ଧନଜୀବନ ନଷ୍ଟହେବାକୁ ବସିଲାଣି। ପୁନରୁଉଦ୍ଧାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

{"id":649540,"sizeSlug":"full","linkDestination":"none"}

ଜଗତପୁରଠାରେ ବ୍ୟାରେଜ ନିର୍ମାଣ ହେବା ଯୋଗୁଁ ଫାଟକଗୁଡିକୁ ଯଥା ସମୟରେ ଖୋଲା ନଯିବା ହେତୁ ନଦୀରେ ଜଳପ୍ରବାହ ଠିକରେ ହୋଇପାରେ ନାହିଁ । ଯାହା ଦ୍ବାରା ନଦୀ ଗର୍ଭରେ ପଠା ସୃଷ୍ଟି ହେବାରେ ଲାଗିଛି। ପଠା ସୃଷ୍ଟି ହେବା ଯୋଗୁଁ ନଦୀରେ ଜଳର ଅଭାବ ହେତୁ ବିରୂପାର କୁଳବର୍ତ୍ତୀ ଅଞ୍ଚଳରେ ଚାଷ ଉପରେ ପ୍ରଭାବ ପକାଉଥିବା ସହ ନଦୀରେ ଏବେ ଆଉ ସୁସ୍ଵାଦୁ ଇଲିସି ଆଉ ପୋହଳା ମାଛ ଦେଖିବାକୁ ମିଳୁନାହିଁ । ଆଉ ଏବେ କୂଳଲଙ୍ଘି ଜନବସତି ମୁହାଁ ହେବାକୁ ବସିଲାଣି ।

{"id":649541,"sizeSlug":"full","linkDestination":"none"}

ତୁରନ୍ତ ଏହାର ପୁନରୁଦ୍ଧାର କରିବା ପାଇଁ ଲୋକେ ଦାବି କରିଛନ୍ତି। ସାଲେପୁର ବିଧାୟକ ବିରୂପା ନଦୀର ସଙ୍କୁଚିତ ନେଇ ବିଭାଗୀୟ ମନ୍ତ୍ରୀ, ଅଧିକାରୀ ଓ ସଚିବଙ୍କ ସହ ଆଲୋଚନା କରାଯାଇ କିଭଳି ଲୋକମାନେ ଉପକାର ପାଇବେ ଆଗାମୀ ଦିନରେ ନିଶ୍ଚିତ ପଦକ୍ଷେପ ନିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.