ରାଉରକେଲାରେ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟଣା ; ଥମିନି ଉତ୍ତେଜନା, ଆଜି ପୁଣି ମଙ୍ଗଳା ଛକରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | January 27, 2019 IST

ରାଉରକେଲା ୨୭|୧: ରାଉରକେଲାରେ ଦୁର୍ଘଟଣାରେ ୨ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଏବେବି ଉତ୍ତେଜନା ଥମିନି । ଆଜି ପୁଣି ମଙ୍ଗଳା ଛକରେ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ  ଲୋକେ । ଗତକାଲି ପୋଲିସର ବିଳମ୍ବରେ ପହଞ୍ଚିବା ନେଇ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଥାନା ଅଧିକାରୀଙ୍କ ବଦଳି ଦାବି କରିଥିଲେ ଲୋକେ । ଦାବି ପୂରଣ ହୋଇନଥିବାରୁ  ରାସ୍ତାକୁ ଓହ୍ଲାଇଛନ୍ତି  ଲୋକେ। ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ୨ ଛାତ୍ରଙ୍କ ମୃତଦେହ ଆଇଜିଏଚରେ ଥିବାବେଳେ ଦାବି ପୂରଣ ହେବା ପରେ ମୃତଦେହ ଅଣାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

{"id":78634}

ଗତକାଲି ସାରନଗରୀ ଷ୍ଟାଡ଼ୟିମରୁ  ପ୍ୟାରେଡ଼ ଦେଖି   ହରିଶ ମୁର୍ମୁ ଓ ସୌମ୍ୟରଞ୍ଜନ ପାତ୍ର ଘରକୁ ଫେରୁଥିବା ସମୟରେ ଏକ ନମ୍ବର ବିହିନ ଟାଟା ଏସି ଉଭୟଙ୍କ ଉପରେ ମାଡିଯାଇଥିଲା ।ଫଳରେ  ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.