ପୋଲିସକୁ ଗୋଡାଇ ଗୋଡାଇ ପିଟିଲେ ଲୋକେ, ଅଭିଯୋଗ ପରେ ବିଳମ୍ବରେ ପହଞ୍ଚିବାରୁ ଲୋକେ ତାତିଲେ

Published By : Prameya-News7 Bureau | July 26, 2019 IST

ଜଳେଶ୍ବର ୨୬|୭: ବାଲିଆପାଳ ଥାନା ଆଇଆଇସିଙ୍କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ । ଘଟଣାସ୍ଥଳକୁ ବିଳମ୍ବରେ ଆସିଥିବାରୁ ମାଡ ଖାଇଛନ୍ତି ପୋଲିସ ଅଧିକାରୀ । ଏହାସହ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଉତ୍ତ୍ୟକ୍ତଲୋକଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି ।

{"id":137442}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଇଡକୋ ଛକ ନିକଟରେ ଥିବା ଏକ ଢାବାରୁ ଜଣେ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ଉଲୁଡା ଗ୍ରାମ ବିଜୟ ଦଳାଇ । ସେ ପ୍ରାୟ ଦୁଇ ବର୍ଷରୁ ଏହି ଢାବାରେ କାମ କରି ଆସୁଥିଲେ । ତେବେ ଗତାକାଲି ରାତିରେ ଢାବାର ଅନ୍ୟ କର୍ମଚାରୀ ମାନେ ବିଜୟର ମୃତଦେହ ଦେଖି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ ।

{"id":137443}

ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିଥିବାରୁ ବାଲିଆପାଳ ଆଇଆଇସିଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ଉତ୍ତ୍ୟକ୍ତଲୋକ । ଗତକାଲି ରାତିରେ ଘଟଣା ଘଟିଥିବା ବେଳେ ପୋଲିସ ଆଜି ସକାଳୁ ପହଞ୍ଚି ଥିବାରୁ ଲୋକେ ତାତିଥିଲେ । ଢାବାରେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତଲୋକ ନିଆଁ ଲଗାଇଦେଇଛନ୍ତି ।

{"id":137444}

ତେବେ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ତୁରନ୍ତ ଅଭିଯୁକ୍ତକୁ ଗିରଫ ଦାବି କରିଛନ୍ତି । ରାସ୍ତାରେ ନିଆଁ ଲଗାଇ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ଉତ୍ତ୍ୟକ୍ତଲୋକେ । ଅନ୍ୟପଟେ ପୋଲିସ କହିଛି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.