ବାଲେଶ୍ଵର ୧୧।୧୨: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳରେ ପେଟ୍ରୋ କେମିକାଲ ଓ ସୁବର୍ଣ୍ଣ ରେଖା ବନ୍ଦର ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏବେ ଜମି ନ ଛାଡ଼ିବାକୁ ସ୍ଥାନୀୟ ଛଅଟି ପଞ୍ଚାୟତର ଅଧିବାସୀ ନିଜ ଜିଦରେ ଅଡ଼ି ବସିଛନ୍ତି । ଧାନ, ପାନ, ମୀନ, କାଜୁ, ନଡ଼ିଆ, ଚିନାବାଦାମ ପରି ଅର୍ଥକାରୀ ଫସଲ ଉପୁଜାଉଥିବା ଶସ୍ୟ ଶ୍ୟାମଳା ଭୂମିରୁ ବିସ୍ଥାପିତ ନ ହେବାକୁ ଅଭିନବ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଛଅଟି ପଞ୍ଚାୟତର ପଚାଶ ହଜାର ରୁ ଅଧିକ ଲୋକେ ପଚିଶ କିମି ବ୍ୟାପି ମାନବ ଶୃଙ୍ଖଳ କରି ସରକାରଙ୍କୁ ନିଜର ପ୍ରତିବାଦ ଜଣାଇଛନ୍ତି।
ବଡଚଣାରୁ ଅମର ଶତପଥୀ ଆଉଟ୍, ବର୍ଷା ପ୍ରିୟଦର୍ଶିନୀ ଇନ୍...