ଝାରସୁଗୁଡ଼ା ୦୭।୦୯: ବନହରପାଲି ସ୍ଥିତ ଓପିଜିସି ପରିଚାଳନାଧୀନ ଇବ ଥର୍ମାଲରେ ଆଜି ସକାଳୁ ସ୍ଥାନୀୟ ଲୋକେ କାରଖାନା ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶନିବାର ଦିନ ଦୁର୍ଘଟଣା ପରେ ସୋମବାର ଦିନ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । କମ୍ପାନୀର ନିରାପତ୍ତା ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଶନିବାର ଦିନ ରାତି ୯ଟାରେ ଓପିଜିସି ୟୁନିଟ-୩ର ସାଇଲୋରେ ଥିବା ଦୁଇଟି ହପର ଭାଙ୍ଗି ଯିବାରୁ ଗରମ ପାଉଁସ ପଡି ୬ ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୩ ଜଣଙ୍କୁ ଭୁବନେଶ୍ୱରର ସ୍ଥିତି ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ତେବେ ୨୦୧୯ରେ ଓପିଜିସିର ୟୁନିଟ ୩ ଓ ୪ର ଉଦ୍ଘାଟନ ହୋଇଥିଲା । ନିର୍ମାଣ ସମୟର ତୃଟି ଲାଗି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ୧୩୨୦ ମେଗାୱାଟ ବିଜୁଳି ଶକ୍ତି ଉତ୍ପାଦନର କ୍ଷମତା ହାସଲ କରିପାରିନାହିଁ । ଇଏସପିର ତ୍ରୁଟି ଯୋଗୁଁ ଗତ ଶନିବାର ଦୁର୍ଘଟଣା ଘଟିଥିଲା । ନୂତନ ଭାବେ ଗଢି ଉଠିଥିବା ଏକ କାରଖାନାର ନୂତନ ୟୁନିଟରେ କିପରି ଦୁର୍ଘଟଣା ଘଟିଲା । ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଅଭିଯୋଗ କରି ଓପିଜିସି ନିଜଟସ୍ଥ ତେଲେନପାଲି ଗାଁର ଲୋକେ କମ୍ପାନୀ ଫାଟକକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏହାସହିତ କୌଣସି ଅଧିକାରୀ ବା କର୍ମଚାରୀଙ୍କୁ କାରଖାନା ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି । ସ୍ଥାନୀୟ ଲୋକଙ୍କ ଉତ୍ତେଜନାକୁ ଦେଖି ବନହରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।
wp:core-embed/wordpress {"url":"http://www.prameyanews7.com/six-injured-in-jharsuguda/","type":"wp-embed","providerNameSlug":"prameya-news-7","className":""} /wp:core-embed/wordpress