କସ୍ତୁରବା ଗାନ୍ଧୀ ଆଶ୍ରମରେ ଖାଦ୍ୟ ସାମଗ୍ରୀରେ ପୋକ, ପ୍ରତିବାଦରେ ଅଞ୍ଚଳବାସୀଙ୍କ ଅନଶନ

Published By : Prameya-News7 Bureau | August 30, 2022 IST

ନୀଳଗିରି,୩୦/୮: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଛତ୍ରପୁର ଠାରେ ଥିବା କସ୍ତୁରବା ଗାନ୍ଧୀ ଆଶ୍ରମରେ ଅନ୍ତେବାସୀଙ୍କ ପାଇଁ ଆସିଥିବା ତେଜରାତି ସାମଗ୍ରୀ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଗୁଡ଼, ଚିନିରୁ ପୋକ ବାହାରୁଥିବା ବେଳେ ଅନ୍ୟ ସାମଗ୍ରୀ ଅତି ନିମ୍ନମାନର ହୋଇଥିବା ଦେଖିବାକୁ ମିଳିଛି।ପ୍ରତିବାଦରେ ଅଭିଭାବକ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯାଇଛି ।

ଏଥିରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଚେୟାରମ୍ୟାନ ଓ ଅଭିଭାବକମାନେ ଖାଦ୍ୟ ସାମଗ୍ରୀର ଗାଡି ଅଟକ ରଖିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଶିକ୍ଷାଧିକାରୀ ଆସି ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନଥିଲା । ଶେଷରେ ଲିଖିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.