krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୌରପାଳିକା କାର୍ଯ୍ୟାଳୟରେ ପଡିଲା ତାଲା, ଡ୍ରେନ୍ ସଫା କଲେ କର୍ତ୍ତୃପକ୍ଷ

3/10/2023 at 5:42 PM

କେନ୍ଦୁଝର ୩।୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିବା ପରେ ଡ୍ରେନ୍ ସଫା କରିଛନ୍ତି ପୌର କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ଧରି ଡ୍ରେନ୍ ସଫା ନହେବାରୁ ଡ୍ରେନ୍ ପୋତିହୋଇ ଯାଇଛି । ଫଳରେ ବର୍ଷାହେଲେ ଡ୍ରେନ୍ ପାଣି ଯାଇ ଲୋକଙ୍କ ଘରେ ପଶୁଛି । ସମସ୍ୟା ଜଟିଳ ହୋଇଥିଲେ ମଧ୍ୟ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାମ ନହେବାରୁ ମଙ୍ଗଳବାର ୭ନଂ ଓ୍ବାର୍ଡର କାଉନସିଲର କୃଷ୍ଣଚନ୍ଦ୍ର ରଣା ପୌରପାଳିକା କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ । ଫଳରେ ଅଚଳ ହୋଇପଡିଥିଲା ପୌର କାର୍ଯ୍ୟାଳୟ । ଧାରଣାର ଦେଢଘଣ୍ଟା ପରେ ପ୍ରାୟ ଦିନ ସାଢେ ୧୧ଟା ସମୟରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପହଁରିବା ପରେ କାଉନସିଲରଙ୍କୁ ଧାରଣାରୁ ଉଠାଇ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ପ୍ରକୃତ ସମସ୍ୟାକୁ ନିଜ ଆଖିରେ ଦେଖିବା ସହ ସ୍ଥାନୀୟ ଲୋକଙ୍କ ଠାରୁ ସମସ୍ୟା ବିଷୟରେ ଜିଣି ତୁରନ୍ତ ଏକ ଜେସିବି ମେସିନ୍ ସହାୟତାରେ ଡ୍ରେନ୍ ସଫା କାମ ଆରମ୍ଭ କରାଯାଇଛି ।

You Can Read :

   Related Posts