ଲୋକାଲ ମିଲରଙ୍କୁ ମିଳୁନାହିଁ ଧାନ, ଅନ୍ୟ ଜିଲ୍ଲା ମିଲରଙ୍କୁ ଅନୁକମ୍ପା ଅଭିଯୋଗ

Published By : Prameya-News7 Bureau | February 22, 2024 IST

ଭଦ୍ରକ ୨: ଧାନ କିଣିବା ପାଇଁ ସିକ୍ୟୁରିଟି ଟଙ୍କା ବିଭାଗକୁ ଦିଆଯାଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ମିଳି ନାହିଁ ପର୍ଯ୍ୟାପ୍ତ ଧାନ । ଅନ୍ୟ ଜିଲ୍ଲାର ମିଲରଙ୍କୁ ଅନୁକମ୍ପା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ମିଲର୍ସ ସଂଘ ଏବେ ବିପଦରେ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାରେ୨୦ଟି ରାଇସ୍ ମିଲ୍ ଥିବାବେଳେ ଅନ୍ୟ ଦୁଇଟି ପାଇଁ ଆବେଦନ ହୋଇଛି । ମିଲ୍ ଗୁଡିକ ପୂର୍ବରୁ ୧୦ ମାସ କାର୍ଯ୍ୟକ୍ଷମ ହେଉଥିବା ବେଳେ ଦୁଇ ମାସ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ରୁହେ । କିନ୍ତୁ ଏଥର ମାତ୍ର ୬ ମାସ ଚାଲିପାରିବ । କାରଣ ଭଦ୍ରକ ଜିଲ୍ଲାର ୨୦ଟି ମିଲ୍ ଏଥର ଅପଗ୍ରେଡ୍ ହୋଇଛି । ଯାହାର ୩୦ ଲକ୍ଷ କ୍ବିଣ୍ଟାଲ ଚାଉଳ ଦେବାର କ୍ଷମତା ରହିଛି । କିନ୍ତୁ ଏଥର ବ୍ୟାଙ୍କ ଲୋନ୍ କରି ୨୧ଲକ୍ଷ କ୍ବିଣ୍ଟାଲ ଧାନ ନେବା ପାଇଁ ମିଲର୍ସମାନେ ଆବଶ୍ୟକ ଅର୍ଥ ସିକ୍ୟୁରିଟି ଭାବେ ପ୍ରଶାସନ ନିକଟରେ ଜମା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ କେବଳ ୧୭ଲକ୍ଷ କ୍ବିଣ୍ଟାଲ ଧାନ ମିଳିଛି । ଏମିତି ସ୍ଥିତି ଜିଲ୍ଲାରେ ଟାର୍ଗେଟ୍ ପୂରଣ ନକରି ଅନ୍ୟ ଜିଲ୍ଲାର ମିଲର୍ସଙ୍କୁ ଧାନ ଦିଆଯାଉଥିବା ମିଲର କହିଛନ୍ତି ।

ଏମିତି ସ୍ଥିତି ରହିଲେ ମିଲ୍ ଗୁଡିକ ଅଧିକ ଦିନ କାମ କରିପାରିବ ନାହିଁ । ଯାହା ଫଳରେ ବହୁ ଶ୍ରମିକ ମଧ୍ୟ କାମ ପାଇବେ ନାହିଁ । ତେଣୁ ପ୍ରାଥମିକତା ଭିତ୍ତିରେ ଜିଲ୍ଲା ମିଲର୍ସଙ୍କୁ ଧାନ ଦେବା ପାଇଁ ଦାବି ହେଉଛି । ଏମିତି ସ୍ଥିତି ରହିଲେ ବ୍ୟାଙ୍କ ଗ୍ୟାରେଣ୍ଟି ଟଙ୍କା ମଧ୍ୟ ମିଲ୍‌ଗୁଡିକ ପୈଠ କରି ପାରିବେ ନାହିଁ । ତେବେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ, ପୂର୍ବଭଳି ଜିଲ୍ଲାର ୨୦ ମିଲର ଓ ଅନ୍ୟ ଜିଲ୍ଲାର ୨୫ ମିଲରଙ୍କୁ ଧାନ କ୍ରୟ ଦାୟିତ୍ୱ ଦିଆଯାଇଛି । ଲୋକାଲ ମିଲର ୭୮ ପ୍ରତିଶତ ଧାନ ସଂଗ୍ରହ କରିଥିବା ବେଳେ ଅନ୍ୟ ଜିଲ୍ଲାର ମିଲର ୬୨ ପ୍ରତିଶତ ଧାନ ସଂଗ୍ରହ କରିଛନ୍ତି । ଅନ୍ୟପଟେ ପରୋକ୍ଷରେ ଧାନକୁ ଦଲାଲମାନେ ନେଉଥିବା ସ୍ୱୀକାର କରିଛନ୍ତି ଯୋଗାଣ ଅଧିକାରୀ ଏବଂ କହିଛନ୍ତି ଯେ ଧାନର ମୂଲ୍ୟ ବଢିଥିବାରୁ ବାହାରେ ଧାନ ବିକ୍ରି ହେଉଛି ଓ ମଣ୍ଡିକୁ ଦେଉନାହାନ୍ତି ଚାଷୀ । ତେଣୁ ଧାନ ସଂଗ୍ରହ କମ୍ ହେଉଛି ।

You Can Read :

wp:embed {"url":"https://www.prameyanews7.com/railway-gate-fall-down-while-opening-the-railway-gate-at-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/railway-gate-fall-down-while-opening-the-railway-gate-at-bhadrak/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.