ଦେଶୀ ମଦ ଆଡ୍ଡା ଉପରେ ଅବକାରୀ ଟିମର ଅତର୍କିତ ଚଢଉ, ଜବତ ପରେ ପୋତିଦେଲେ ୧୧ଶହ ଲିଟର ମଦ
3/05/2020 at 6:32 PM

ଢେଙ୍କାନାଳ, ୦୩|୦୫: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ କଟକ ଅବକାରୀ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରାଯାଇଥିଲା ।
ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଓ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର,ପାମାଳ ଓ ଜେନାସାହୁପାଟଣାରେ ଏହି ଚଢ଼ାଉ କରାଯାଇଥିଲା । ଏହି ଅଂଚଳରେ ଦେଶୀ ମଦ ତିଆରି ହେଉଥିବା ସୂଚନା ପାଇ ଢେଙ୍କାନାଳ ଅବକାରୀ ଇନ୍ସପେକ୍ଟର ସମୀର ମହାନ୍ତିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।
ତେବେ ମଦ ତିଆରି କରୁଥିବା ଲୋକମାନେ ପଳାଇ ଯାଇଥିଲେ । ଘଟଣା ସ୍ଥଳରୁ ବିଭାଗ ୧୧ ଶହ ଲିଟର ଦେଶୀ ମଦ ,୪୨ହଜାର ଲିଟର ମହୁଲ ପୋଚ ଆଦି ଜବତ କରାଯାଇଛି । ପରେ ଏହାକୁ ପୋତି ଦିଆଯାଇଥିବା ଜଣାପଡିଛି ।