ଦିବ୍ୟାଙ୍ଗ ଆଦିବାସୀଙ୍କ ଲୋନ୍‌ ଟଙ୍କା ହଡପ ଘଟଣା: କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତତ୍ପରତା ପ୍ରକାଶ କଲେ ଜିଲ୍ଳପାଳ

Published By : Prameya-News7 Bureau | February 05, 2021 IST

ନୀଳଗିରି ୦୫/୦୧: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବଣସୀମାରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ନିରୀହ ଆଦିବାସୀମାନଙ୍କ ଲୋନ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଘଟଣା ଲୋକଲୋଚନକୁ ଆସିଥିଲା । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବାଲେଶ୍ଵର ଜିଲ୍ଲାପାଳ ଗୁରୁତର ସହ ନେବା ସହ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ଜଣାଇଛନ୍ତି ।

ସୂଚନାଯୋଗ୍ୟ ନୀଳଗିରି ବ୍ଲକ ବଣସୀମା ଅଂଚଳରେ ୬୦ ଭାଗରୁ ଉର୍ଦ୍ଧ୍ବ ଆଦିବାସୀ ବସବାସ କରିଥାନ୍ତି। ଦିନ ମଜୁରିଆ ଭାବେ କାର୍ଯ୍ୟକରି ନିଜର ପରିବାର ଗୁଜରାଣ ମେଣ୍ଟାଇଥାନ୍ତି। ସରକାରୀ ଯୋଜନା ବିଷୟରେ ସେମାଙ୍କର ଅଭିଜ୍ଞତା କମ ଥିବା ବେଳେ ଗାଁର କିଛି ନେତା ସେମାନଙ୍କ ସରଳତାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ପିଠାଅତା ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ପଞ୍ଚାୟତ ଅଧିନ ଚାପଲସାହି ଗ୍ରାମର ସୀତାମଣୀ କିସ୍କୁ ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ନାମରେ ଆସିଛି ଛତ୍ରପୁର ଗ୍ରାମ୍ୟ ବ୍ୟାଙ୍କରୁ ନୋଟିସ ।

ଦିନେ ହେଲେବି ସେ ବ୍ୟାଙ୍କ ଦୁଆର ମାଡିନାହାନ୍ତି । ହେଲେ ତାଙ୍କୁ ମୂଳଟଙ୍କା ବାବଦକୁ ୧୯ ହଜାର ୩୮୯ଟଙ୍କା ଓ ସୁଧ ବାଵଦକୁ ୧୫ ହଜାର ୪୦୨ ଟଙ୍କା ସୁଝିବାକୁ ନୋଟିସରେ ଦର୍ଶାଯାଇଛି। ସେହିପରି ଝରଣାଘାଟି ଗାଁର ବାଲି ସିଂଙ୍କ ମାନସିକ ଅନଗ୍ରସର ଝିଅ ଇନ୍ଦ୍ରମଣିଙ୍କ ନାଁରେ ମୂଳ ବାବଦକୁ ୧୬ ହଜାର ୭୨୨ ଟଙ୍କା ଓ ସୁଧ ବାବଦକୁ ୧୩ ହଜାର ୩୨୩ ଟଙ୍କା ସୁଝିବାକୁ ନୋଟିସ ଆସିଛି। ଖାଲି ସେତିକ ନୁହଁ ରତ୍ନାକର ସିଂ ନାମକ ଯୁବକଙ୍କୁ ମଧ୍ୟ ୫୯ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଶୁଖିବାକୁ କୁହାଯାଇଛି ।

ଏହି ତିନିଜଣ ନୁହଁ ସାରା ପଂଚାୟତରେ ଏଭଳି ଘଟଣା ଜଣାପଡିଥିଲା। ପରେ ଗ୍ରାମବାସୀ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ମଧ୍ୟ ଗାଁକୁ ଯାଇ ଟଙ୍କା ହଡପ ହୋଇଥିବା ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ସେମାନେ ସେହି ପଞ୍ଚାୟତର ଅନ୍ତର୍ଯ୍ୟାମୀ ବୁଗୁଡ଼ାଇ ଓରଫ ବାବୁଲି ଏଭଳି କରିଥିବା କହିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡକାଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପଚାରିବା ପରେ ସେ ଘଟଣାକୁ ଖଣ୍ଡନ କରିଥିଲେ । ଜିଲ୍ଲାପାଳଙ୍କୁ ଘଟଣା ବିଷୟରେ କେନ୍ଦମନ୍ତ୍ରୀ କହିଥିଲେ ।

ତେବେ ଗ୍ରାମବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜରଙ୍କୁ ଜିଲ୍ଲାପାଳ ଡକାଇ ୭ ଦିନ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଦେଇଛନ୍ତି । ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ଗତକାଲି ନୀଳଗିରି ଗସ୍ତରେ ଆସିଥିବା ବେଳେ ପ୍ରକାଶ କରିଛନ୍ତି । ତେବେ ଆଜି ଅନ୍ତର୍ଯ୍ୟାମି ବୁଗୁଡ଼ାଇ ଟଙ୍କା ହଡପ ଘଟଣା ରେ ସମ୍ପୃକ୍ତ ନଥିବା ଏକ ପ୍ରେସମିଟ ଡକାଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.