suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଲୋନ୍ ମୋରେଟୋରିୟମ୍‌କୁ ନେଇ ଆଶ୍ବସ୍ତି: ଦେବାକୁ ହେବନି ସୁଧ ଉପରେ ସୁଧ, ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କଲେ ସରକାର

3/10/2020 at 12:24 PM

ନୂଆଦିଲ୍ଲୀ ୦୩/୧୦ : କେନ୍ଦ୍ର ସରକାରଙ୍କ ଋଣ କରିଥିବା ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଘୋଷଣା କରିଛନ୍ତି। ସରକାର ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ ଏମଏସଏମଇ ଋଣ, ଶିକ୍ଷା, ଗୃହ, ଉପଭୋକ୍ତା, ଅଟୋ, କ୍ରେଡିଟ୍ କାର୍ଡ ଦେୟ ଏବଂ ଉପଭୋକ୍ତା ଋଣ ଉପରେ ଲାଗୁ ହୋଇଥିବା ଚକ୍ରବୁଦ୍ଧି ସୁଧ ଛାଡ କରାଯିବ। ସରକାରଙ୍କ ଅନୁଯାୟୀ ୬ ମାସର ଲୋନ ମୋରେଟୋରିୟମ ସମୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁଧ ଉପରେ ସୁଧ ଛାଡ କରାଯିବ। କେନ୍ଦ୍ର କହିଛି ଯେ କରୋନା ଭାଇରସ ମହାମାରୀ ସ୍ଥିତିରେ ସୁଧ ଛାଡ ଭାର ସରକାର ବହନ କରନ୍ତୁ କେବଳ ଏହା ହିଁ ସମାଧାନ। ଏହାସହ କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ଉପଯୁକ୍ତ ଅନୁଦାନ ପାଇଁ ସଂସଦରୁ ଅନୁମତି ନିଆଯିବ। କରୋନା ସଂକ୍ରମଣ ଯୋଗୁଁ ମାର୍ଚ୍ଚ ଶେଷରୁ ଜୁଲାଇ ମାସ ଯାଏଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଲୋକଙ୍କ କାମଧନ୍ଦା ବନ୍ଦ ରହିଥିଲା। ଫଳରେ ଅଧିକାଂଶ ଲୋକ EMI ଶୁଝିବା ସ୍ଥିତିରେ ନଥିଲେ। ସେଥିପାଇଁ ଆରବିଆଇ ୬ ମାସ ଯାଏଁ EMI ନ ସୁଝିବାକୁ ଆଦେଶ ଦେଇଥିଲା।

କିନ୍ତୁ ମୋରେଟୋରିୟମ ବଦଳରେ ଲାଗୁଥିବା ଅତିରିକ୍ତ ଚାର୍ଜକୁ ନେଇ ସବୁଠାରୁ ବଡ ସମସ୍ୟା ଥିଲା। ଏହି ଅତିରିକ୍ତ ଚାର୍ଜ ଋଣ ନେଇଥିବା ଗ୍ରାହକଙ୍କ ପାଇଁ ବହୁତ ବଡ ବୋଝ ଥିଲା।

କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ଆଶ୍ବସ୍ତିର ଅର୍ଥ ହେଲା ଲୋନ ମୋରେଟୋରିୟମର ଲାଭ ଉଠାଉଥିବା ଲୋକଙ୍କୁ ବର୍ତ୍ତମାନ ସୁଧ ଉପରେ ଅତିରିକ୍ତ ସୁଧ ଦେବାକୁ ହେବନାହିଁ।

ଏହା ପୂର୍ବରୁ ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ ବିଭିନ୍ନ କ୍ଷେତ୍ର ପାଇଁ କିଛି ଖାସ ଯୋଜନା ନେଇ ଆସନ୍ତୁ। କୋର୍ଟ ଏହି ମାମଲାକୁ ବାରମ୍ବାର ସ୍ଥଗିତ କରିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟ ଅଗଷ୍ଟ ୩୧ ତାରିଖ ଯାଏଁ NPA ହୋଇନଥିବା ଲୋନ ଡିଫଲ୍ଟର୍ସଙ୍କୁ NPA ଘୋଷିତ ନ କରିବାକୁ ଅନ୍ତରୀଣ ଆଦେଶ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ମୋରେଟୋରିୟମ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ। ନ୍ୟାୟାଳୟ କହିଥିଲେ ଯେ ଏହି ମାମଲାରେ ଆଫିଡେଭିଟ୍ ଦାଖଲ କେନ୍ଦ୍ର ସରକାର ନିଜ ଭାବନା ସ୍ପଷ୍ଟ କରନ୍ତୁ ଏବଂ ରିଜର୍ଭ ବ୍ୟାଙ୍କ ପଛରେ ଲୁଚି ନିଜକୁ ସୁରକ୍ଷିତ ନ ରଖନ୍ତୁ। ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରି କହିଥିଲେ ଯେ ଆପଣ କେବଳ ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରିପାରିବେ ନାହିଁ। ଲୋକଙ୍କ ସମସ୍ୟା ମଧ୍ୟ ଦେଖିବାକୁ ପଡ଼ିବ।

   Related Posts