ମହାଭାରତ ଯୁଦ୍ଧ ଶେଷ ରାତ୍ରିରେ ଘଟିଥିଲା ଏହି ଅଘଟଣ, ଦୋହଲି ଯାଇଥିଲେ ସବୁ ପାଣ୍ଡବ

Published By : Prameya-News7 Bureau | September 22, 2019 IST

ଜୀବନରେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଆଯିବା କଥା ନୁହେଁ। ସବୁଆଡୁ ସୁନିଶ୍ଚିତ ହୋଇ ସାରିବା ପରେ ହିଁ ନିଷ୍ପତ୍ତି ଉପରେ ପଦକ୍ଷେପ ନିଆଯିବା ଦରକାର। ତରବରିଆ ଭାବେ କାମ ହୋଇଗଲା ଭାବିଲେ ସଫଳ ଶେଷ ମୂହୁର୍ତ୍ତରେ ବିଫଳତାରେ ବି ପରିଣତ ହୋଇପାରେ। ଯାହା ଅତୀତରେ  ମହାଭାରତ ଯୁଦ୍ଧରୁ ଶିକ୍ଷା ମିଳିଛି। ତେବେ ଆସନ୍ତୁ ଜାଣିବା ମହାଭାରତ ଶେଷ ହେବାର କିଛି ପ୍ରହର ପୂର୍ବରୁ ଘଟିଥିଲା କଣ? ଯେଉଁଥିଲେ ଦୋହଲି ଯାଇଥିଲେ ସମସ୍ତ ପାଣ୍ଡବ।

{"id":161231}

ଯୁଦ୍ଧ ଅଷ୍ଟାଦଶ ଦିବସରେ ପହଞ୍ଚିସାରିଥିଲା। କୌରବ ମୁଖ୍ୟ ଦୁର୍ଯ୍ୟୋଧନ ଜାନୁଭଗ୍ନ ହୋଇସାରିଥିଲା। ଫଳରେ ଭୀମ ପୂର୍ବରୁ କରିଥିବା ସମସ୍ତ ପ୍ରତିଜ୍ଞା ପୂରଣ ହୋଇସାରିଥିବା ବେଳେ କୌରବ ସେନା ଛିନ୍ନଭିନ୍ନ ହୋଇସାରିଥିଲେ। ଶତ୍ରୁଙ୍କ ସମସ୍ତ ଶିବିର ପାଣ୍ଡବଙ୍କୁ ହାତରେ ଥିଲା। ତେବେ ସବୁ ପାଣ୍ଡବ ଅପେକ୍ଷା  କରିରହିଥିଲେ କୃଷ୍ଣଙ୍କୁ। ହେଲେ କୃଷ୍ଣ ଥିଲେ ସମ୍ପୂର୍ଣ୍ଣ ନିରବ। ରାତ୍ରି ଭୋଜର ସମୟ ଉପଗତ ହୁଅନ୍ତେ ପ୍ରାର୍ଥ ପାଚାରିଲେ ‘ହେ ମଧୁସୂଦନ ଦୁର୍ଯ୍ୟୋଧନର ଅନ୍ତ ସହ ମହାଭାରତ ଶେଷ ହୋଇଛି। ହେଲେ ଏପର୍ଯ୍ୟନ୍ତ ଆପଣ ବଡଭାଇଙ୍କୁ ବିଜୟ ଅଭିନନ୍ଦନତ ଜଣାଇ ନାହାନ୍ତି’? ମାଧବ କହିଲେ ଅଷ୍ଟାଦଶ ଦିବସ ଶେଷ ହେବାକୁ ଆଉ ମାତ୍ର କିଛି ପ୍ରହର ବାକି ଅଛି। ଏଣୁ ଯୁଦ୍ଧ ସରିଲା ବୋଲି ନିଶ୍ଚିତ ଭାବେ କିଛି କହି ହେବନି। ଏପର୍ଯ୍ୟନ୍ତ ମହାରାଜ ଧ୍ରୁତରାଷ୍ଟ୍ର ସିଂହାସନ ରିକ୍ତ କରିନାହାନ୍ତି। ଅର୍ଜୁନ ପଚାରିଲେ ତେବେ ଆମକୁ କଣ ଏହି ରାତ୍ରିରେ ହସ୍ତିନା ଯିବାକୁ ହେବ ? କୃଷ୍ଣ କହିଲେ ନା ଏବେ ଆମକୁ ଶିବିରକୁ ଫେରିବାକୁ ପଡିବ।

{"id":161232,"width":576,"height":496}

ତେବେ ଏତିକିବେଳେ ସାତ୍ୟକୀ କହିଲେ ପାଣ୍ଟବମାନଙ୍କ ଲାଗି ଏହି କ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରୁ କୌଣସି ନିଷ୍ପତ୍ତି ନନେଇ ଫେରିଗଲେ ସେମାନଙ୍କ ହାତମୁଠାକୁ ଆସିଥିବା ବିଜୟ ପରାଜୟରେ ବି ପରିଣତ ହୋଇପାରେ। ସାତ୍ୟକୀଙ୍କ କଥା ବି ଶାସ୍ତ୍ର ସମ୍ମତ ଥିଲା। ହେଲେ ଏବେ କରାଯିବ କଣ ସେ ନେଇ ସମସ୍ତେ ଚିନ୍ତିତ ହୋଇପଡିଲେ। ଯୁଦ୍ଧ ସରିଗଲା ବୋଲି ଭାବୁଥିବା ପାଣ୍ଡବଙ୍କ ମୁଣ୍ଡରେ ଅଚାନକ ଚଡକ ପଡିଲା। ଏତିକି ବେଳେ ଗୁରୁପୁତ୍ର ଅଶ୍ୱଥାମା ପାଣ୍ଡବ ଭାବି ଶିବିରରେ ଶୟନ କରିଥିବା ସେମାନଙ୍କ ପାଞ୍ଚପୁତ୍ରଙ୍କୁ ବଧ କରିଦେଲା।

{"id":161239,"width":581,"height":327}

ତେବେ ହୁଏତ ପାଣ୍ଡବ ଶିବିରକୁ ଫେରିଥିଲେ ଅଶ୍ୱଥାମାଙ୍କ ଶିକାର ହୋଇଥାନ୍ତେ ଜିତିଥିବା ଯୁଦ୍ଧ ନିମିଷେକରେ ପରାଜୟରେ ପରିଣତ ହୋଇଥାନ୍ତା। ହେଲେ ପୁତ୍ରଙ୍କୁ ହରାଇ ପାଣ୍ଡବ ବିକଳ ହୋଇପଡିଥିଲେ। କିନ୍ତୁ ବିଧିର ବିଧାନ ଟଳିବ ବା କିପରି। ଯୁଦ୍ଧରେ କିଛିତ ହରାଇବାକୁ ହିଁ ପଡିଥାଏ। ଏଣୁ ପୁତ୍ରଙ୍କୁ ହରାଇ ପାଣ୍ଡବ ଧୈର୍ଯ୍ୟ ବାନ୍ଧିବାକୁ ବାଧ୍ୟ ହୋଇଥିଲେ। ଏଥିଲାଗି ମନୁଷ୍ୟ ନିମନ୍ତେ ନୀତି ନିର୍ଦ୍ଧାରଣ କାଳରେ ଋଷି ମନୁ ଧର୍ମର ଯେଉଁ ଦଶ ଲକ୍ଷଣର ମାର୍ଗ ଦର୍ଶନ କରିଥିଲେ ସେଥିରେ ଧୈର୍ଯ୍ୟକୁ ପ୍ରଥମ ସ୍ଥାନ ଦେଇଥିଲେ। ଏଥିଲାଗି ସେ ଉଲ୍ଲେଖ କରିଥିଲେ
ଧୃତିଃ କ୍ଷମାଦମୋଅସ୍ତେୟଂଚଶୌଚମିନ୍ଦ୍ରିୟନିଗ୍ରହଃ
ଧୀର୍ବିଦ୍ୟା ସତ୍ୟମକ୍ରୋଧ ଦଶକଂ ଧର୍ମ ଲକ୍ଷଣଂ।।

{"id":161240}

ଏଥିରେ ପ୍ରଥମେ ଧୃତି ଆସୁଛି। ଅର୍ଥାତ ଧୈର୍ଯ୍ୟ ଧାରଣ କରିବା। ଅନ୍ୟ ଅର୍ଥରେ ଏହାକୁ ଶହନଶୀଳତା ବି ବୁଝାଯାଇପାରେ। ଯଦିଓ ଦୁଇଟି ଭିନ୍ନ ଅବସ୍ଥା ତେବେ ଏଥିରେ ଅନେକ ନିକଟତା ରହିଛି। କଠିନ ପରିସ୍ଥିତିରେ କ୍ରୋଧକୁ ସହିନେବାର ଶକ୍ତି ଧୈର୍ଯ୍ୟରୁ ହିଁ ମିଳିଥାଏ। ଧୈର୍ଯ୍ୟଧରିବା ଅର୍ଥ ଶାନ୍ତିର ସହ ପଦକ୍ଷେପ ନେବା ଓ ପରିଣାମକୁ ଅପେକ୍ଷା କରିବା। ଏହାକୁ ଏପରି ବୁଝିବା ଦରକାର ଯେପରି ଆମେ ଏପରି କୌଣସି ପଦକ୍ଷେପ ନନେବା ଯାହା ଆମକୁ ଲକ୍ଷସ୍ଥଳରେ ପହଞ୍ଚାଇବାରେ ବାଧା ସୃଷ୍ଟି କରିବ ଅଥବା ବିଳମ୍ବିତ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.