Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ କ’ଣ ଘଟିବ ଜାଣନ୍ତୁ…

10/09/2018 at 2:56 PM

ଭୁବନେଶ୍ବର ୧୦|୯: ଆପଣ ଜାଣିଛନ୍ତି କି ଝିଟିପିଟି ଆପଣଙ୍କ ଶରୀରର କୌଣସି ଅଙ୍ଗରେ ପଡିଲେ ତାହା ବାସ୍ତବରେ ଆପଣଙ୍କ ଭବିଷ୍ୟତରେ କ’ଣ ଘଟିବ ତାହା ଜଣାଇ ଦେଇଥାଏ । ଗ୍ବାଲି ଶାସ୍ତ୍ରରେ ଝିଟିପିଟି ଉପରେ ଆଧାରିତ ଭବିଷ୍ୟବାଣୀ ସମ୍ବନ୍ଧରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଆପଣଙ୍କ ଭବିଷ୍ୟତ କ’ଣ ହେବ ।

ପୁରୁଷଙ୍କ ଶରୀରର କେଉଁ ଅଙ୍ଗରେ ପଡିଲେ କ’ଣ ହେବ :
ମୁଣ୍ଡ- ବିବାଦ ଏବଂ ସଂଘର୍ଷ ପାଇଁ ପ୍ରସ୍ତୁତ ରୁହନ୍ତୁ, ଉର୍ଦ୍ଧ୍ବ କପାଳ- ମୃତ୍ୟୁର ଭୟ, ମୁହଁ- ଆର୍ଥିକ ଲାଭର ଆଶା, ବାମ ଆଖି- ଭଲ, ଡାହାଣ ଆଖି- ଅସଫଳ/ହରାଇବା, କପାଳ- କୌଣସିଥିରେ ଅସହଯୋଗ/ଅଲଗା ହେବା, ଡାହାଣ ଗାଲ- ଦୁଃଖ, ବାମ କାନ- ଆୟ, ଉର୍ଦ୍ଧ୍ବ ଓଠ- ବିବାଦ ପାଇଁ ପ୍ରସ୍ତୁତ ରୁହନ୍ତୁ, ତଳ ଓଠ- ଅର୍ଥିକ ଆୟ, ଉଭୟ ଓଠ- ମୃତ୍ୟୁର ଭୟ, ପାଟି- ସ୍ବାସ୍ଥ୍ୟ ଖରାପ ହେବାର ଭୟ, ପିଠିର ବାମ ଭାଗ- ବିଜୟୀ/ ଲାଭ, ରାତିରେ ସ୍ବପ୍ନ- ରାଜା/ଶାସକର ଡର, ବଳାଗଣ୍ଠି- ସୁନ୍ଦରତା/ସଂଶୋଧନ, ବାହୁ- ଆର୍ଥିକ କ୍ଷତି/ବିଫଳତା, ଆଙ୍ଗୁଠି- ଘରକୁ କେହି ଆସିବା/ପୁରୁଣା ସାଙ୍ଗ ଆସିବା, ଡାହାର ହାତ- ସମସ୍ୟା/ଜଟିଳତା, ବାମ ହାତ- ଲଜ୍ଜିତ ହେବା, ଜଙ୍ଘ-ପୋଷାକ ହଜିବା, ଦାଢି- ବାଧା ଉପୁଜିବା, ଗୋଇଠି- ଯାତ୍ରା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ପାଦ ଆଙ୍ଗୁଠି- ଶାରିରୀକ ଅସୁସ୍ଥତା ।

ମହିଳାଙ୍କ ଶରୀରର କେଉଁ ଅଙ୍ଗରେ ପଡିଲେ କ’ଣ ହେବ:
ମୁଣ୍ଡ- ମୃତ୍ୟୁର ଭୟ, କେଶ ଗଣ୍ଠି- ଅସୁସ୍ଥତା, ପାଦର କାହାକୁ ଅପେକ୍ଷା, ବାମ ଆଖି-ନିଜ ସ୍ବାମୀଙ୍କଠାରୁ ଭଲପାଇବା ପାଇବା, ଡାହାଣ ଆଖି- ମାନସିକ ଚିନ୍ତା ବଢାଇବା, ଛାତି- ଭଲ, ଡାହାଣ ଗାଲ-ପୁତ୍ର ସନ୍ତାନ ଲାଭ, ଡାହାଣ କାନ- ଆର୍ଥିକ ଆୟ, ଉର୍ଦ୍ଧ୍ବ ଓଠ- ବିବାଦ ପାଇଁ ପ୍ରସ୍ତୁତ ରୁହ, ତଳ ଓଠ- କିଛି ନୂଆ ଜିନିଷ ପାଇବା, ଉଭୟ ଓଠ- ସମସ୍ୟା ପାଇଁ ପ୍ରସ୍ତୁତ ରୁହନ୍ତୁ, ସ୍ତନ-ଦୁଃଖ ସମୟ, ପିଠି- ମୃତ୍ୟୁ ଖବର, ନଖ-ସମସ୍ୟା/ଯୁକ୍ତିତର୍କ, ହାତ- ଆର୍ଥିକ ଲାଭ, ଡାହାଣ ହାତ- ମାନସିକ ଅଶାନ୍ତି, ଆଙ୍ଗୁଠି- ଅଳଙ୍କାର ପାଇବା, ଡାହାଣ ହାତ- ପ୍ରଣୟ, କାନ୍ଧ- ଅଳଙ୍କାର ପାଇବା, ଜଙ୍ଘ- ପ୍ରଣୟ, ଆଣ୍ଠୁ- ସ୍ନେହ ପାଇବା, ପାଦର ଗଣ୍ଠି-ସମସ୍ୟା, ଡାହାଣ ଗୋଡ- ହାରିବା/କ୍ଷତି, ପାଦର ଆଙ୍ଗୁଠି- ପୁତ୍ର ସନ୍ତାନ ଲାଭ ।

   Related Posts