ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଇସ୍ତଫା, ଶପଥ ନେବାର ୬ ସପ୍ତାହ ପରେ ପଦ ଛାଡିବାକୁ ଘୋଷଣା

Published By : Prameya-News7 Bureau | October 20, 2022 IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରୁ ଆରମ୍ଭ ହୋଇଥିବା ବ୍ରିଟେନର ରାଜନୈତିକ ଡ୍ରାମା ଶେଷ ହେବାର ନାଁ ଧରୁନି । ଏବେ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶପଥ ନେବାର ମାତ୍ର ଛଅ ସପ୍ତାହରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ହେବା ଯାଏଁ ସେ ଏହି ଦାୟିତ୍ୱରେ ରହିବେ ।

wp:html /wp:html

ପ୍ରଧାନମନ୍ତ୍ରୀ ପଦରେ ମାତ୍ର ୪୫ ଦିନ ରହିବା ପରେ ଲିଜ୍ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସରକାରରେ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ଇସ୍ତଫା ଏବଂ ସାଂସଦଙ୍କ କଡା ସମାଲୋଚନା ପରେ ଗୁରୁବାର ଟ୍ରସ ଇସ୍ତଫା ଦେଇଛନ୍ତି । ଗତ ମାସରେ ବ୍ରିଟେନ ସରକାର ଏକ ଆର୍ଥିକ ଯୋଜନା ଆଗତ କରାଇଥିଲେ । ଏହା ଅସଫଳ ହେବା ପରେ ଦେଶରେ ଆର୍ଥିକ ଏବଂ ରାଜନୈତିକ ସଂକଟ ସୃଷ୍ଟି ହୋଇଥିଲା । ଏହା ପରେ ଟ୍ରସଙ୍କୁ ନିଜ ଅର୍ଥ ମନ୍ତ୍ରୀ ବଦଳାଇବାକୁ ପଡିଥିଲା ଏବଂ ନିଜ ନୀତିକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥିଲା । ଏହାସହ ତାଙ୍କ ଅଳ୍ପ ଦିନର କାର୍ଯ୍ୟକାଳ ସମୟରେ କ୍ଷମତାରେ ଥିବା କନଜରଭେଟିବ ପାର୍ଟିରେ ଅନୁଶାସନହୀନତା ଦେଖିବାକୁ ମିଳିଥିଲା । ଏହାପରେ ଦଳର ସାଂସଦ ଟ୍ରସଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପକାଇଥିଲେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ ବୟାନ ଦେଇ ଟ୍ରସ ନିଜ ବିଫଳତାକୁ ସ୍ୱୀକାର କରିଛନ୍ତି । ଟ୍ରିସ ସ୍ୱୀକାର କରିଛନ୍ତି, 'ଯେତେବେଳେ ସେ କନଜରଭେଟିଭ ନେତା ପାଇଁ ଦୌଡରେ ଥିଲେ, ସେତେବେଳେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି ଏବଂ ନିଜ ଦଳର ଭରଷା ହରାଇଛନ୍ତି'। ସେ କହିଛନ୍ତି, 'ମୁଁ ମାନୁଛି ଯେ ମୁଁ ମୋର ପ୍ରତିଶ୍ରୁତି ପୂରଣ କରିପାରି ନାହିଁ । ସ୍ଥିତିକୁ ନଜରରେ ରଖି, ମୁଁ ସେହି ଜନାଦେଶ ଦେଇପାରିଲି ନାହିଁ, ଯେଉଁଠି ପାଇଁ ମୋତେ କନଜରଭେଟିଭ ପାର୍ଟି ଦ୍ୱାରା ଚୟନ କରାଯାଇଥିଲା । ଏଥିପାଇଁ ମୁଁ ମହାମହୀମ ରାଜାଙ୍କୁ ସନ୍ଦେଶ ପଠାଇ କନଜରଭେଟିଭ ପାର୍ଟିର ନେତା ଭାବେ ଇସ୍ତଫା ଦେଉଛି'।

wp:html /wp:html

ଟ୍ରସଙ୍କ ଇସ୍ତଫା ସହ ତାଙ୍କ ନାଁରେ ଏକ ରେକର୍ଡ ହୋଇଛି । ସେ ବ୍ରିଟେନର ସବୁଠୁ କମ ସମୟ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଥିବା ବ୍ୟକ୍ତି ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ଜର୍ଜ କ୍ୟାନିଂଙ୍କ ନାଁରେ ଥିଲା । ସେ ୧୮୨୭ ମସିହାରେ ମାତ୍ର ୧୧୯  ଦିନ ପାଇଁ ଏହି ପଦରେ ରହିଥିଲେ ଏବଂ କାର୍ଯ୍ୟକାଳ ସମୟରେ ତାଙ୍କର ମତ୍ୟୁ ହୋଇଥିଲା । ଏବେ ଟ୍ରସଙ୍କୁ ବଦଳାଇବା ପାଇଁ ଗୋଟିଏ ସପ୍ତାହ ଭିତରେ ନୂଆ ନେତୃତ୍ୱ ଚୟନ ଆରମ୍ଭ କରାଯିବ।

ଜନମତ ସର୍ଭେରେ ବ୍ରିଟେନର ଲେବର ପାର୍ଟିକୁ ବଡ଼ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । କନଜରଭେଟିଭ ପାର୍ଟିର ଅନେକ ନେତାଙ୍କ ବିଶ୍ୱାସ ଯେ ଟ୍ରସଙ୍କୁ ହଟାଯିବା ପରେ ତାଙ୍କ ସପକ୍ଷରେ କିଛି ସମର୍ଥନ ବଢିପାରେ । ଏହା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ଗୃହ ମନ୍ତ୍ରୀ ସୁଏଲା ଲଣ୍ଡନରେ ମନ୍ତ୍ରିସ୍ତରୀୟ ସଂଚାରରେ ନିଜର ବ୍ୟକ୍ତିଗତ ଇ-ମେଲର ବ୍ୟବହାର କରିବା ପରେ ବୁଧବାର ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.