ଲିଜ୍ ଟ୍ରସଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ମହାରାଣୀ ଏଲିଜାବେଥ୍, ବାଲ୍ମୋରାଲ୍ କ୍ୟାସଲରେ ରାଣୀଙ୍କୁ ଭେଟିଲେ
6/09/2022 at 7:54 PM

ନୂଆଦିଲ୍ଲୀ: ଇଂଲଣ୍ଡର ମହାରାଣୀ ଏଲିଜାବେଥ ଦ୍ୱିତୀୟ କଞ୍ଜଭେଟିଭ ପାର୍ଟିର ନେତା ଲିଜ୍ ଟ୍ରସଙ୍କୁ ମଙ୍ଗଳବାର ଆନୁଷ୍ଠାନିକ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ଲିଜ ଟ୍ରସ ସୋମବାର ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ହରାଇ କଞ୍ଜରଭେଟିଭ ପାର୍ଟିର ନେତା ସହ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ।
ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାର ଆନୁଷ୍ଠାନିକ ପ୍ରକ୍ରିୟା ଅନୁସାରେ ସୋମବାର ଲିଜ ଟ୍ରସ ସ୍କଟଲ୍ୟାଣ୍ଡର ବାଲ୍ମୋରାଲ୍ କ୍ୟାସଲରେ ମହାରାଣୀଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ। ଟ୍ରସଙ୍କୁ ନୂଆ ସରକାର ଗଠନ କରିବା ପାଇଁ ଅନୁଷ୍ଠାନିକ ରୂପେ ମହାରାଣୀ ଅନୁମତି ପ୍ରଦାନ କରିଥିଲେ। ଏହା ପୂର୍ବରୁ ଆଜି ବିଦାୟକାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାରାଣୀଙ୍କୁ ନିଜର ଇସ୍ତଫା ଦେଇଥିଲେ। ୯୬ ବର୍ଷୀୟ ମହାରାଣୀ ନିଜର ବର୍ଷୀକ ଛୁଟି ପାଇଁ ଏବର୍ଡିନଶାୟର ସ୍ଥିତ ଆବାସରେ ଅଛନ୍ତି। ଏହି କାରଣରୁ ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସ ପରିବର୍ତ୍ତେ ସ୍କଟଲ୍ୟାଣ୍ଡର ବାଲ୍ମୋରାଲ୍ କ୍ୟାସଲ ହୋଇଛି।
ନୂତନ ପ୍ରଧାନମନ୍ତ୍ରୀ ଟ୍ରସ ମହାରାଣୀଙ୍କୁ ଭେଟିବା ପରେ ଲଣ୍ଡନ ଫେରିଛନ୍ତି। ଲଣ୍ଡନ ସ୍ଥିତ ୧୦ ଡାଉନିଂ ଷ୍ଟ୍ରୀଟ ପହଞ୍ଚି ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ଭାଷଣ ରଖିବେ। ଏହା ପରେ କିଛି ପ୍ରମୁଖ କ୍ୟାବିନେଟ ମନ୍ତ୍ରୀଙ୍କ ନାଁ ଘୋଷଣା କରିବେ।