Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବ ଲିଜ୍‌ ଟ୍ରସ୍, ଋଷି ସୁନାକଙ୍କୁ ପଛରେ ପକାଇଲେ

3/09/2022 at 8:15 AM

ଲଣ୍ଡନ ୦୩/୦୯ ପୂର୍ବତନ ବିଦେଶ ସଚିବ ଲିଜ୍‌ ଟ୍ରସ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଦେଶବ୍ୟାପୀ ହୋଇଥିବା କନ୍‌ଜରଭେଟିଭ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନ୍‌ସେଲର ଋଷି ସୁନକଙ୍କୁ ସେ ବହୁ ପଛରେ ପକାଇ ଦେଇଛନ୍ତି ।

ଟ୍ରସଙ୍କ ନାମ ବିଧିବଦ୍ଧ ଭାବେ ଆସନ୍ତା ସୋମବାର ଘୋଷଣା କରାଯିବ । ଏହାର ଦିନକ ପରେ ମଙ୍ଗଳବାର ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ରାଣୀ ଏଲିଜାବେଥଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ । କୋଭିଡ ସମୟରେ ପାର୍ଟି କରିବା, ଦରଦାମ ବୃଦ୍ଧି, ଇନ୍ଧନର ମୂଲ୍ୟ ଆକାଶଛୁଆଁ ହେବା ଓ ରୁଷ-ୟୁକ୍ରେନ ଯୁଦ୍ଧକୁ ବ୍ରିଟେନ ସମର୍ଥନ କରିବା ଭଳି ପ୍ରସଙ୍ଗକୁ ନେଇ ଜନସନ ବିବାଦୀୟ ହୋଇପଡିଥିଲେ ।

ତାଙ୍କ ବିରୋଧରେ ଦଳରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଗତମାସରେ ସେ ଇସ୍ତଫା ଘୋଷଣା କରିଥିଲେ । ଏହା ପରେ ଦଳରେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଭୋଟିଂ ଆରମ୍ଭ ହୋଇଥିଲା । ଆସନ୍ତା ୨୦୨୫ ଜାନୁଆରୀରେ ଦେଶରେ ସାଧାରଣ ନିର୍ବାଚନ ହେବ ।

   Related Posts