ନୂଆଦିଲ୍ଲୀ ୧୪।୦୮: ଚିନ୍ତା ବଢାଇଲା ଜୀବିତ ନାଷ୍ଟ୍ରେଦମସଙ୍କ ଭବିଷ୍ୟବାଣୀ । ପୂର୍ବରୁ କରିଥିବା ପୂର୍ବାନୁମାନ ହେଲା ସତ । କିଛି ମାସ ପୂର୍ବରୁ ମାଇକ୍ରୋସଫ୍ଟକୁ ନେଇ କରିଥିଲେ ସଠିକ୍ ପୂର୍ବାନୁମାନ । ଏହା ପୂର୍ବରୁ କରୋନା ଭାଇରସ୍ ଏବଂ ଏଲନ ମସ୍କଙ୍କ ଟ୍ବିଟର ଅଧିଗ୍ରହଣକୁ ନେଇ ଚେତାଇଥିଲେ । ଯାହା ସଠିକ୍ ପ୍ରମାଣିତ ହୋଇଛି । ଏବେ ଏହି ନାଷ୍ଟ୍ରେଦମସ୍ ଆଉ ଏକ ବଡ ଭବିଷ୍ୟବାଣୀ କରିଛନ୍ତି ।
ଇରାନ-ଇସ୍ରାଇଲ୍ ତିକ୍ତତା ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଦେଇଛନ୍ତି ଚେତାବନୀ । ଯାହା ସମସ୍ତଙ୍କୁ କରିଛି ଚକିତ । ବ୍ରାଜିଲ୍ର ମନୋବିଜ୍ଞାନୀ ଆଥୋସ୍ ସାଲୋମ୍ । ଦୁନିଆର ଜୀବିତ ନାଷ୍ଟ୍ରେଦମସ୍ ଭାବେ ପରିଚିତ । ନିକଟରେ ମାଇକ୍ରୋସଫ୍ଟକୁ ନେଇ କରିଥିଲେ ସଠିକ୍ ପୂର୍ବାନୁମାନ । ସାଲୋମ୍ ବର୍ତ୍ତମାନ ଚେତାବନୀ ଦେଇଛନ୍ତି ଯେ ଏହି ବୈଷୟିକ ବ୍ୟାଘାତ ବିଶ୍ବ ତିକ୍ତତାର କାରଣ ହୋଇପାରେ।
ରିପୋର୍ଟ ଅନୁଯାୟୀ, ଅପ୍ରେଲ୍ ୨୦୨୪ରେ ସେଲୋମ୍ ‘ଥ୍ରୀ ଡେ ଟେକ୍ ବ୍ଲାକ୍ଆଉଟ୍’ ବିଷୟରେ ଚେତାବନୀ ଦେଇଥିଲେ । ଯାହା ବିଶ୍ବରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ । ଏହି ଭବିଷ୍ୟବାଣୀ ଆଂଶିକ ସତ ପ୍ରମାଣିତ ହୋଇଛି । ଯାହା ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ସେବାକୁ ପ୍ରଭାବିତ କରିଛି । ବିମାନ ବନ୍ଦର, ଡାକ୍ତରଖାନା, ବ୍ୟାଙ୍କ ଏବଂ ଏପରିକି ଟେଲିଭିଜନ ନେଟୱାର୍କ ମଧ୍ୟ ପ୍ରଭାବିତ ହୋଇଥିଲା । ଯାହା ଦୈନନ୍ଦିନ ଜୀବନରେ ବହୁ ବାଧା ସୃଷ୍ଟି କରିଥିଲା।
ଏକ ସାକ୍ଷାତକାରରେ, ସାଲୋମ ମାଇକ୍ରୋସଫ୍ଟ ଅଘଟଣର ସମ୍ଭାବ୍ୟ ପ୍ରଭାବ ପୂର୍ବାନୁମାନ କରିଥିଲେ। ଏହି ଘଟଣା ଆନ୍ତଃରାଷ୍ଟ୍ରୀୟ ବିବାଦକୁ ବଢାଇପାରେ ଏବଂ ସାଇବର ଯୁଦ୍ଧ ପାଇଁ ମଧ୍ୟ ପଥ ପରିଷ୍କାର କରିପାରେ ବୋଲି ସେ କହିଥିଲେ । ସେ EMP ଟେକନିକ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଯାହା ମାନବ ଜୀବନକୁ ସିଧାସଳଖ ପ୍ରଭାବ ନକରି ସମଗ୍ର ଭିତ୍ତିଭୂମି ଢାଞ୍ଚାକୁ ନିଷ୍କିୟ କରିବାର କ୍ଷମତା ରଖିଛି ।
EMP ଟେକନିକ୍ ଏକ ଏପରି ଉପକରଣ ଯାହା ଇଲେକ୍ଟିନୋକ୍ ଉପକରଣରୁ ବେକାର କରିପାରେ । ସାଲୋମ ଚେତାବନୀ ଦେଇଛନ୍ତି ଯେ ଏହି ଟେକ୍ନୋଲୋଜିର ଆଧୁନିକିକରଣ ଅପ୍ରତ୍ୟାଶିତ ବ୍ୟାଘାତ ସୃଷ୍ଟି କରିପାରେ । ବିଶେଷ କରି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବଢିପାରେ ।
ସାଲୋମ୍ ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି କି ସାମରିକ ରଣନୀତିରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ବୃଦ୍ଧି ପାଇବ । ଖାସ୍ କରି ଇରାନ ଏବଂ ଇସ୍ରାଏଲ ଦେଶରେ ବଢିପାରେ । ସାଲୋମ କହିଛନ୍ତି “ଏଆଇ ଶାନ୍ତି ସ୍ଥାପନା କରିବାରେ ସାହାଯ୍ୟ କରିପାରେ କିମ୍ବା ଏହା ଦ୍ୱନ୍ଦ୍ୱକୁ ବଢାଇପାରେ । ଆମେରିକା, ଋଷ, ଚୀନ୍ ଏବଂ ଉତ୍ତର କୋରିଆ ଭଳି ଦେଶ EMP ଟେକନିକ୍ ଆପଣାଇ ବିଶ୍ବ ନିରାପତ୍ତାକୁ ଅସ୍ଥିର କରିପାରନ୍ତି ।
ତେବେ ସାଲୋମଙ୍କ ଭବିଷ୍ୟବାଣୀ ଏଠାରେ ହିଁ ଅଟକିନି । ତୃତୀୟ ବିଶ୍ୱଯୁଦ୍ଧ ପରି ଏକ ସମ୍ଭାବ୍ୟ ବିଶ୍ବ ସଂଘର୍ଷର ଆଶଙ୍କା କରିଛନ୍ତି ସେ । ଯେଉଁଥିରେ ଇସ୍ରାଏଲ ଏବଂ ଇରାନ ଆଗରେ ରହିଛି । ସେ ଚେତାବନୀ ଦେଇଛନ୍ତି ଏହି ଯୁଦ୍ଧରେ EMP ଆକ୍ରମଣର ଉପଯୋଗ ହେବ । ଯେଉଁଥିରେ “ତିନି ଦିନର ଅନ୍ଧକାର” ପରିସ୍ଥିତି ସୃଷ୍ଟି ହୋଇପାରେ । ଏହା ସାରା ବିଶ୍ୱରେ ଇଲେକ୍ଟ୍ରୋନିକ୍ ଭିତ୍ତିଭୂମିକୁ ପଙ୍ଗୁ କରିପାରେ । ଏହି ବ୍ଲାକଆଉଟ୍ରୁ ଅତ୍ୟାବଶ୍ୟକ ସେବାରେ ବିଫଳତାର କାରଣ ହୋଇପାରେ ।
ରିପୋର୍ଟ ଅନୁଯାୟୀ, ସାଇବର ଆଟାକ୍ ଏବଂ EMP ଆକ୍ରମଣରେ ଆଧୁନିକ ସମାଜର ଦୁର୍ବଳତା ଉପରେ ଚେତାବନୀ ଦେଇଛନ୍ତି ସାଲୋମ୍ । ବିଶେଷଜ୍ଞମାନେ ବହୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ ଏକ EMP ଆକ୍ରମଣ ବିଦ୍ୟୁତ୍ ଗ୍ରୀଡ୍ ନଷ୍ଟ, ଯୋଗାଯୋଗକୁ ବାଧା ଏବଂ ଅର୍ଥନୀତିକୁ ଠପ୍ କରିପାରେ ।
ସମ୍ପ୍ରତି ମାଇକ୍ରୋସଫ୍ଟ ଆଉଟେଜ୍, ଯଦିଓ ଏକ EMP ଦ୍ବାରା ହୋଇନଥିଲା, କିନ୍ତୁ ଏହା ଚେତାଇ ଦେଇଛି କି ବିଶ୍ବ ଟେକ୍ନୋଲୋଜି ଉପରେ କେତେ ନିର୍ଭରଶୀଳ । ତେବେ ସାଲୋମଙ୍କ ଚେତାବନୀ ସତ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା । କିନ୍ତୁ 'ଜୀବନ୍ତ ନାଷ୍ଟ୍ରେଦମସ' ନିଜର ଭୟାନକ ଏବଂ ସଠିକ ଭବିଷ୍ୟବାଣୀ ସହିତ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି ।