ମଡର୍ଣ୍ଣ ନାଷ୍ଟ୍ରୋଦମସ୍; କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୩ ଶେଷ ପୂର୍ବରୁ ଘଟିବ ଏହି ବଡ ଘଟଣା

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: ବର୍ଷ ବର୍ଷ ପୂର୍ବରୁ କରାଯାଇଥିବା ଅନେକ ଭବିଷ୍ୟବାଣୀ ଉପରେ ଲୋକମାନେ ଆଜି ବି କରନ୍ତି ବିଶ୍ୱାସ। ସେମିତି କିଛି ଭବିଷ୍ୟବାଣୀ କରିଥିବା ବ୍ୟକ୍ତି ବିଶେଷ ମଧ୍ୟରେ ବୁଲଗେରିଆର ବାବା ଭେଙ୍ଗା ଓ ଫ୍ରାନ୍ସର  ନାଷ୍ଟ୍ରୋଦମାସ୍  ବେଶ୍ ପ୍ରସିଦ୍ଧ। ତେବେ ୪୦୦ ବର୍ଷରୁ ଅଧିକ ବର୍ଷ ପରେ ଆଉ ଜଣେ ନାଷ୍ଟ୍ରୋଦମସ୍ କରୁଛନ୍ତି ଭବିଷ୍ୟବାଣୀ। ଯାହାଙ୍କୁ କୁହାଯାଉଛି ଜୁନିଅର ନାଷ୍ଟ୍ରୋଦମସ୍ । ଯାହାଙ୍କର ଅନେକ ଭବିଷ୍ୟବାଣୀ ହୋଇଛି ସତ।  ସେ ହେଉଛନ୍ତି ବ୍ରାଜିଲର ଏଥୋସ୍ ସାଲୋମ। ସେ ୨୦୨୩ ପାଇଁ କରିଥିବା ଶେଷ ଭବିଷ୍ୟବାଣୀ ପ୍ରାକୃତିକ ବିପର୍ଯ୍ୟୟ ସହିତ ଜଡିତ । ଯାହା ଆପଣଙ୍କୁ ଭୟଭୀତ କରିପାରେ।

{"id":875004,"sizeSlug":"full","linkDestination":"none"}

୩୭ ବର୍ଷୀୟ ଆଥୋସ୍ ସାଲୋମେ, 'ଲିଭିଂ ନାଷ୍ଟ୍ରୋଦମସ୍ ' ଭାବରେ ଜଣାଶୁଣା।  ଚଳିତ ବର୍ଷ ଶେଷ ସୁଦ୍ଧା ଏହା ବହୁତ ଖରାପ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। କୁହାଯାଉଛି ଯେ, ସାଲୋମେ ପୂର୍ବରୁ କରୋନା ଭାଇରସ୍ , ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଏବଂ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ବିଷୟରେ ପୂର୍ବାନୁମାନ କରିଥିଲେ। ଏହା ସବୁ ସତ ହୋଇଥିଲା। ତାଙ୍କର ଅନୁଗାମୀମାନେ ତାଙ୍କୁ ପ୍ରାୟତ ଷୋଡଶ ଶତାବ୍ଦୀର ପ୍ରସିଦ୍ଧ ଭବିଷ୍ୟ‌ବକ୍ତା ନୋଷ୍ଟ୍ରାଦାମସଙ୍କ ସହିତ ତୁଳନା କରିଛନ୍ତି ।

Also Read- ବିଚଳିତ କଲା ଅଜଣା ଶିଶୁର କାନ୍ଦ, କର୍ତ୍ତବ୍ୟକୁ ପଛ କରି ପାଲଟିଗଲେ ଯଶୋଦା ମାଆ

ଏଥୋସ୍ ବର୍ତ୍ତ କହିଛନ୍ତି ଯେ, ୨୦୨୩ ଶେଷ ପୂର୍ବରୁ ବିଶ୍ୱ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇପାରେ। ତାଙ୍କର ନୂଆ ଭବିଷ୍ୟବାଣୀରେ ସେ ଚେତାବନୀ ଦେଇଛନ୍ତି ଯେ ବର୍ଷ ଶେଷ ପୂର୍ବରୁ ସାରା ବିଶ୍ୱରେ ବନ୍ୟା ଓ ଭୂକମ୍ପ ହୋଇପାରେ। ଏସବୁ କେଉଁଠାରେ ଘଟିବ ବୋଲି ଆଥୋସ୍ ଏକଥା ମଧ୍ୟ କହିଛନ୍ତି। ତାଙ୍କ କହିବାନୁସାରେ, ଯେଉଁ ଅଞ୍ଚଳରେ ସବୁଠୁ ଅଧିକ ପ୍ରଭାବିତ ହେବ ତାହା ପ୍ରଶାନ୍ତ ମାହାସାଗରର ରିଙ୍ଗ୍ ଅଫ୍ ଫାୟାର। ଇଣ୍ଡୋନେସିଆର ଜାଭା ଦ୍ୱୀପ, ଉତ୍ତର କାଲିଫର୍ନିଆ ଏବଂ ଦକ୍ଷିଣ ବ୍ରିଟିଶ କଲମ୍ବିଆ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇପାରେ ବୋଲି ସେ ଦାବି କରିଛନ୍ତି। ଏହି ଅଞ୍ଚଳର ଲୋକେ ବିପଜ୍ଜନକ ଆଗ୍ନେୟଗିରି ଏବଂ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହେବାକୁ ପଡିବ।

{"id":875005,"sizeSlug":"full","linkDestination":"none"}

ଏଥିସହ ଫିଲିପାଇନ୍ସ ଏବଂ ଥାଇଲ୍ୟାଣ୍ଡରେ ହୋଇପାରେ ବାତ୍ୟା ଓ ଝଡ଼।  ମେକ୍ସିକୋ ଏବଂ ଫ୍ଲୋରିଡାରେ ଝଡ଼ର ଆଶଙ୍କା।  ବ୍ରାଜିଲ, ଗଙ୍ଗା ଏବଂ ମେକୋଙ୍ଗ ନଦୀରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ଯାହା ଗୁରୁତର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଆଥୋସ୍ ଦାବି କରିଛନ୍ତି ଯେ ବର୍ତ୍ତମାନଠାରୁ ଏହି କ୍ଷେତ୍ରରେ ପ୍ରତିରୋଧ ପଦକ୍ଷେପ ଉପରେ ଧ୍ୟାନ ଦିଆଯିବା ଉଚିତ୍।

ତେବେ ଏଥୋସ୍ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଭବିଷ୍ୟବାଣୀ ପାଣିର ଗାର ନୁହେଁ। ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାର ମଧ୍ୟ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। ଏହି ଭବିଷ୍ୟବାଣୀ ଦ୍ୱାରା ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ବର୍ତ୍ତମାନ ପଦକ୍ଷେପ ନିଆଯାଇପାରିବ। ସେ ଆହୁରି  କହିଥିଛନ୍ତି- 'ମୋର ଉଦ୍ଦେଶ୍ୟ ସମାଜରେ ଭୟ ସୃଷ୍ଟି କରିବା ନୁହେଁ। ମୁଁ ମଧ୍ୟ ଆଶା କରେ ଯେ ପୂର୍ବାନୁମାନ କରାଯାଇଥିବା ଅନେକ ଘଟଣା ସତ୍ୟ ହୋଇନପାରେ ।ମୁଁ କେବଳ ଚାହେଁ ମୋର ଚେତାବନୀ ପ୍ରକୃତରେ ଆମ ପାଇଁ ଏକାଠି ହେବା ଏବଂ ଆମର ନିଜ ମଙ୍ଗଳ ପାଇଁ ପ୍ରାଥମିକତା ଦେବା ପାଇଁ କାର୍ଯ୍ୟ କରନ୍ତୁ ।

wp:html /wp:html

ଆଥୋସ୍ କହିଛନ୍ତି- 'ଆମକୁ ବୈଷୟିକ ସ୍ତରରରେ ମଧ୍ୟ ନୀତିକୁ ଲାଗୁ କରିବାକୁ ପଡ଼ିବ। ଭିତ୍ତିଭୂମି ନିର୍ମାଣ ଏବଂ ବିଶ୍ୱ ସ୍ତରରେ ସଚେତନତା ସୃଷ୍ଟି କରିବାର ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ଏବଂ ମୁଁ ବିଶ୍ୱାସ କରେ ଯେ ଶାସନ ଏବଂ ନାଗରିକ ସହଯୋଗ ଦ୍ୱାରା ଆମେ ଏହି ଆହ୍ୱାନଗୁଡିକୁ ସଂପୂର୍ଣ୍ଣ ରୂପେ ଦୂର କରିପାରିବା । ' ଆଥୋସ୍ ଦୋହରାଇଛନ୍ତି ଯେ ମୁଁ ଚେତାବନୀ ଦେଇଛି ଯାହା ଦ୍ୱାରା ଭବିଷ୍ୟବାଣୀ ମହାନ ନେତାଙ୍କ ନିକଟରେ ପହଞ୍ଚିବ ଏବଂ ବିପର୍ଯ୍ୟୟକୁ ରୋକିବା ପାଇଁ କିଛି କରାଯାଇପାରିବ।

ଏହା ମଧ୍ୟ ସତ୍ୟ ଯେ ତାଙ୍କର ସମସ୍ତ ଭବିଷ୍ୟବାଣୀ ସତ ହୋଇନାହିଁ ।  କାରଣ ଏହାପୂର୍ବରୁ ସେ ଦାବି କରିଥିଲେ ଯେ ୨୦୨୨ ମସିହାରେ ବିଶ୍ୱ ଜୋମ୍ବିଜ ଦେଖିବ ଏବଂ ସେ ଆହୁରି ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ଯେ ୨୦୨୩ ମସିହାରେ ବାଇବଲରୁ ଏକ ସୈତାନ୍ ଦିଶିବ। କିନ୍ତୁ ଏହିପରି କିଛି ଘଟିଲା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.