ବଡ ଆପାର୍ଟମେଣ୍ଟରେ ରୁହନ୍ତି, କିନ୍ତୁ ଡଷ୍ଟବିନରୁ ଖାଆନ୍ତି ଖାଦ୍ୟ; କହିଲେ ଅଜବ କାରଣ
29/07/2023 at 2:13 PM

ନୂଆଦିଲ୍ଲୀ ୨୯।୦୭: କିଛି ଲୋକ ଖର୍ଚ୍ଚାଳୁ ହୋଇଥାନ୍ତି ତ ଆଉ କିଛି କଞ୍ଜୁସ୍ ହୋଇଥାନ୍ତି । କିନ୍ତୁ ଜଣେ ବ୍ୟକ୍ତି କଞ୍ଜୁସିର ସବୁ ସୀମା ପାର କରିଦେଇଛନ୍ତି । ବ୍ୟକ୍ତି ଜଣକ ବଡ ଆପର୍ଟମେଣ୍ଟେ ରୁହନ୍ତି । କିନ୍ତୁ ଘରେ ନାହିଁ କୌଣସି ଆସବାପତ୍ର । ସବୁଠାରୁ ବଡ କଥା ହେଉଛି ଏହି ବ୍ୟକ୍ତି ଜଣକ ଟଙ୍କା ସଞ୍ଚୟ କରିବା ପାଇଁ ପଇସା ବଞ୍ଚେଇବାକୁ ଅଳିଆଗଦାରୁ ଖାଦ୍ୟ ଖାଇଥାନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । ବାସ୍ତବରେ ଏହି ଘଟଣାଟି ଦକ୍ଷିଣ କାର୍ଲିଫନିଆର । ବ୍ୟକ୍ତି ଜଣକଙ୍କର ନାଁ ହେଉଛି ରୋନ୍ ମାଷ୍ଟ୍ରି । ତାଙ୍କ କହିବା କଥା ହେଉଛି ଖାଦ୍ୟ ବ୍ୟତୀତ ଅନ୍ୟ କୌଣସି ଜିନିଷରେ ଖର୍ଚ୍ଚ କରିବା ଟଙ୍କା ଅପଚୟ । ଯେତେ ଅଧିକ ଅର୍ଥ ସଞ୍ଚୟ ହେବ ସେତେ ଭଲ।

ନିଜ ପାଇଁ ଗୋଟିଏ ଆପାର୍ଟମେଣ୍ଟ କିଣିବା ପାଇଁ ଯଥେଷ୍ଟ ସଞ୍ଚୟ କରିବା ପରେ ମଧ୍ୟ ରୋନ୍ କୌଣସି ଆସବାବପତ୍ର କିମ୍ବା ରୋଷେଇ ସାମଗ୍ରୀ କିଣିବାକୁ ମନା କରିଦେଇଛନ୍ତି । ସେ ଏହାକୁ ଟଙ୍କା ବର୍ବାଦ କରିବା ବୋଲି ଭାବନ୍ତି । କୁଲୱେୟାର କମ୍ପାନୀର ପୂର୍ବତନ କର୍ମଚାରୀ ରୋନ୍ଙ୍କ ବିଶ୍ୱାସ କରନ୍ତି ଯେ ଲୋକମାନେ ଅତି କମ୍ବଜେଟରେ ଖାଦ୍ୟପେୟର ଜୀବନଶୈଳୀକୁ ଉପଭୋଗ କରିପାରିବେ । ଏକ ଭିଡିଓରେ ରୋନ୍ କହିଛନ୍ତି କି ମଦ୍ୟପାନ ପାଇଁ ସେ ସମୁଦ୍ରକୂଳକୁ ଯାଆନ୍ତି । ଅର୍ଥାତ୍ କେହି ମଦ୍ୟପାନ କରି ଛାଡିଥିବା ଅବଶିଷ୍ଟ ମଦ୍ୟ ସନ୍ଧାନରେ ସେ ସମୁଦ୍ର କୂଳକୁ ଯାଆନ୍ତି । ସେ କହିଛନ୍ତି, “ଯଦି ଆପଣ ବାହାରକୁ ଯାଇ ପିଇବାକୁ ଚାହାଁନ୍ତି, ତେବେ ଆପଣ ବୋଧହୁଏ ଏକ ଗ୍ଲାସ ପାଇଁ ଅତି କମରେ ୧୦ ଡଲାର ଖର୍ଚ୍ଚ କରିବେ। ତେଣୁ ମଦ ଖୋଜିବାର ଏହି ଉପାୟ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ।”

ଏହାବ୍ୟତୀତ ଔଷଧ ପାଇଁ ଜଙ୍ଗଲୀ ଜଡିବୁଟିର ସାହାଯ୍ୟ ନେଇଥାନ୍ତି । ଏଥିପାଇଁ ସେ ରାସ୍ତାକଡର କିଛି ଔଷଧୀୟ ଗଛର ସାହାଯ୍ୟ ନେଇଥାନ୍ତି । ଯାହାକୁ ସେ ସ୍ବାସ୍ଥ୍ୟକର ବୋଲି କହିଥାନ୍ତି । ସେହିପରି ରାସ୍ତା କଡରେ ମିଳୁଥିବା କିଛି ଗଛ ଯେପରିକି, ବଣୁଆ ହଳଦୀ ଏବଂ ପନିପରିବା ଆଣି ଖାଇଥାନ୍ତି । ଯାହା ଫଳରେ ସେ ଅତି କମରେ ମାସକୁ ୪୦ ଡଲାର ଅର୍ଥାତ୍ ୩୩ ଶହ ଟଙ୍କା ବଞ୍ଚାଇଥାନ୍ତି ।

ତେବେ ଏସବୁ କରିବାବେଳେ ସେ ୟୁଟ୍ୟୁବରେ ଏକ ଭିଡିଓ ସେୟାର କରିଥିଲେ । ଯାହା ସୋଶିଆଲ୍ ମିଡିଆରେ ବେଶ୍ ହୋଇଥିଲା ଭାଇରାଲ୍ । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି – ତୁମେ ଏପରି କରି ତୁମର ଡାକ୍ତରୀ ବିଲ୍ ବଞ୍ଚାଉଛ । କିନ୍ତୁ ଅଳିଆରୁ ଉଠେଇ ଖାଇବା ଖାଇଲେ ତୁମେ ଅସୁସ୍ଥ ହେବ । ଭଗବାନ ଜାଣନ୍ତି ଯେ ଏହି ଅଳିଆଗଦାରେ କେତେ କୁକୁର ପରିସ୍ରା କରୁଥିବେ । ଏହାବ୍ୟତୀତ କିଛି ଲୋକ ଏହି ବ୍ୟକ୍ତିଙ୍କ ସପୋର୍ଟରେ ବାହାରିଛନ୍ତି । ଆଉ କହିଛନ୍ତି ଯେ ଟଙ୍କା ସଞ୍ଚୟ କରିବା ଏକ ଉତ୍ତମ ବିଚାର।
You Can Read: