ପୁଣି ଇତିହାସ ରଚିବ ସମ୍ ହସ୍ପିଟାଲ: ଦ୍ବିତୀୟଥର ପାଇଁ ହେବ ଲିଭର୍ ଟ୍ରାନ୍ସପ୍ଲାଣ୍ଟ, ଗଠନ ହୋଇଛି ୫୦ ଜଣିଆ ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ୍

Published By : Prameya-News7 Bureau | November 28, 2020 IST

ଭୁବନେଶ୍ୱର ୨୮/୧୧ : IMS & SUM ହସପିଟାଲରେ ପୁଣି ଦ୍ବିତୀୟ ଥର ପାଇଁ ଲିଭର ପ୍ରତିରୋପଣ କରାଯିବ । ଏଥିପାଇଁ ସମ୍ ମେଡିକାଲ୍ ଏବଂ ହାଇଦ୍ରାବାଦ AIG ହସପିଟାଲର ଡାକ୍ତରଙ୍କୁ ନେଇ ୫୦ ଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିରେ ୭ଟି ବିଭାଗର ଡାକ୍ତର ରହିବେ । ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ୧୨ ଘଣ୍ଟା ଅପରେସନ୍ ଚାଲିବ ।ପ୍ରଥମ ଲିଭର ଟ୍ରାନସପ୍ଲାଣ୍ଟର ସଫଳତା ପରେ ଏବେ ପୁଣି ଥରେ SUM ହସପିଟାଲ ଇତିହାସ ରଚିବାକୁ ଯାଉଛି ।

ଚିକିତ୍ସା କ୍ଷେତ୍ରରେ IMS & SUM ହସପିଟାଲ ପୁଣି ଇତିହାସ ରଚିବାକୁ ଯାଉଛି । ଆସନ୍ତାକାଲି ସମ୍ବଲପୁର ଉମେଶ କୁମାର ରାଉତଙ୍କ ଶରୀରରେ ଲିଭର ଟ୍ରାନସପ୍ଲାଣ୍ଟ ହେବ । ଏହା ହେବ ଓଡ଼ିଶାର ଦ୍ବିତୀୟ ଲିଭର ଟ୍ରାନସପ୍ଲାଣ୍ଟ । ଉମେଶଙ୍କ ଭଉଣୀ ଅନିତା କୁମାରୀ ଲିଭର ଦେବେ । ଅନିତା କୁମାରୀଙ୍କ ଲିଭରରୁ ୬୦ ପ୍ରତିଶତ ଅଂଶ କାଟି ଉମେଶଙ୍କଠାରେ ରୋପଣ କରାଯିବ ।  ଲିଭର ଟ୍ରାନସପ୍ଲାଣ୍ଟ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ।  ଏଥିପାଇଁ ସମ୍ ଏବଂ ହାଇଦ୍ରାବାଦ AIG ହସପିଟାଲ୍ ୫୦ଜଣ ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିରେ ଗ୍ୟାଷ୍ଟ୍ରୋଲୋଜି, ହେମାଟୋଲୋଜି, କାର୍ଡିଓଲୋଜି, ନେଫ୍ରୋଲୋଜି, କ୍ରିଟିକାଲ କେୟାର, ରେଡ଼ିଓଲୋଜି ଏବଂ ଆନସ୍ଥିୟୋଲୋଜି ଭଳି ୭ଟି ବିଭାଗର ଡାକ୍ତର ରହିବେ । ହାଇଦ୍ରାବାଦ AIG ହସପିଟାଲର ଡାକ୍ତର ବାଲାଚନ୍ଦ୍ରନ ମେନନଙ୍କ ନେତୃତ୍ବରେ ୧୨ ଜଣ ଡାକ୍ତର ଏହି ଟିମ୍ ରେ ରହିବେ । ଲିଭର ଟ୍ରାନସପ୍ଲାଣ୍ଟ ସଂପୂର୍ଣ୍ଣ ପ୍ରକ୍ରିୟା ସରିବାକୁ ୧୨ ଘଣ୍ଟା  ସମୟ ଲାଗିବ ।

ଲିଭର ଟ୍ରାନସପ୍ଲାଣ୍ଟ ଅପରେସନ ଲାଗି ସବୁ ପ୍ରସ୍ତୁତି ଶେଷ ହୋଇଛି । ଲିଭର ଡୋନର୍ ଅନିତା କୁମାରୀ ମଧ୍ୟ ସମ୍ପୂର୍ଣ ଫିଟ୍ ଅଛନ୍ତି । ଏକାଥରକେ ତିନୋଟି ଅପରେସନ ଥିଏଟରର ବ୍ୟବହାର କରାଯିବ । ଗୋଟିକରେ ଉମେଶ, ଦ୍ବିତୀୟଟିରେ ଅନୀତା କୁମାରୀଙ୍କ ଅପରେସନ ଚାଲୁଥିବା ବେଳେ ତୃତୀୟ ଓଟିରେ ଲିଭର୍‌ ଟ୍ରାନସପ୍ଲାଣ୍ଟ ପ୍ରସ୍ତୁତି କରାଯିବ ।  ସମ୍ ରେ ଆଗରୁ ସଫଳତାର ସହ ଲିଭର ଟ୍ରାନସପ୍ଲାଣ୍ଟ କରାଯାଇଛି । ପ୍ରଥମ ସଫଳତା ପରେ ସମ୍ ହସପିଟାଲରେ ଦ୍ବିତୀୟ ଲିଭର ଟ୍ରାନସପ୍ଲାଣ୍ଟ କରାଯାଉଛି । ଏନେଇ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସମ୍ ହସପିଟାଲ ମେଡିକାଲ ସୁପରିନଟେଣ୍ଡେଣ୍ଟ।

 ହାଇଦ୍ରାବାଦର ଏ.ଆଇ.ଜି୍ ସହଭାଗିତାରେ ସମ୍ ହସପିଟାଲରେ ଲିଭର ଟ୍ରାନସପ୍ଲାଣ୍ଟ ହୋଇଥିଲା । ଏଥର ମଧ୍ୟ ଏ.ଆଇ.ଜି ହସପିଟାଲ ଏବଂ ସମ୍ ହସପିଟାଲ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି । ଆଗକୁ ଲିଭର ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ କମ୍ ଖର୍ଚ୍ଚରେ କିଭଳି ଭଲ ଚିକିତ୍ସା ଯେଗାଇ ଦେଇ ହେବ ସେନେଇ ଚୁକ୍ତି କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.