ରୋଗରେ ପୀଡିତ ଥିଲେ ୬୪ ବର୍ଷିୟ ମହିଳା, ମୁଣ୍ଡରୁ ବାହାରିଲା ୮ ସେମିର ଜୀବନ୍ତ କୃମି
31/08/2023 at 2:06 PM

ନୂଆଦିଲ୍ଲୀ ୩୧।୦୮: ଏକ ଅଜବ ରୋଗରେ ପୀଡିତ ଥିଲେ ଜଣେ ମହିଳା । ପ୍ରତିଦିନ ରାତିରେ ସେ ପୁରା ଝାଳରେ ଭିଜି ଯାଉଥିଲେ । ତାଙ୍କ ରୋଗର ଲକ୍ଷଣ ନିମୋନିଆ ଭଳି ଥିଲା। ଏହାବ୍ୟତୀତ ସେ ପେଟ ଯନ୍ତ୍ରଣା, ଝାଡା ଏବଂ ଶୁଖିଲା କାଶରେ ମଧ୍ୟ ପୀଡିତ ଥିଲେ । ଯେତେବେଳେ ଡାକ୍ତରମାନେ ମହିଳାଙ୍କ ବ୍ରେନ୍ର MRI କଲେ, ସେତେବେଳେ ସେମାନଙ୍କ ପାଦତଳୁ ମାଟି ଖସିଗଲା ।

କାରଣ ସେମାନେ ଏକ ଅଦ୍ଭୁତ୍ ଜିନିଷ ଦେଖିବାକୁ ପାଇଥିଲେ । ବାସ୍ତବରେ ମହିଳାଙ୍କ ମୁଣ୍ଡରେ ଏକ ଜୀବନ୍ତ ପୋକ ଚାଲୁଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପୋକ ସାଧାରଣତଃ ସାପମାନଙ୍କଠାରେ ଦେଖିବାକୁ ମିଳିଥାଏ । ଏହି ଘଟଣାକୁ ନେଇ ଡାକ୍ତରମାନେ କହିଛନ୍ତି ଯେ ସେମାନେ ନିଜ କ୍ୟାରିୟରରେ ଏଭଳି ଘଟଣା ଦେଖି ନାହାଁନ୍ତି । ଏହାକୁ ବିଶ୍ବର ପ୍ରଥମ ମାମଲା କୁହାଯାଉଛି |

ଏକ ରିପୋର୍ଟ ଅନୁଯାୟୀ, ଏହି ମାମଲା ଅଷ୍ଟ୍ରେଲିଆର । ୬୪ ବର୍ଷ ବୟସ୍କା ମହିଳାଙ୍କ ବ୍ରେନ୍ରେ ୮ ସେମି ଲମ୍ବା ଚାଲୁଥିବା ପୋକ ମିଳିବା ପରେ ଡାକ୍ତରମାନେ ଚିନ୍ତାରେ ପଡିଯାଇଛନ୍ତି । କାରଣ ସେମାନେ ଗତ ଦୁଇ ବର୍ଷ ଧରି ଏହି ମହିଳାଙ୍କୁ ଷ୍ଟେରଏଡ ଦ୍ବାରା ଚିକିତ୍ସା କରୁଥିଲେ । କିନ୍ତୁ ୨୦୨୨ ପରେ ମହିଳା ଜଣକ ଡିପ୍ରେସନ ଏବଂ ଭୁଲିବା ରୋଗ ହୋଇଥିଲା । ଏହା ପରେ ଯେତେବେଳେ ଡାକ୍ତରମାନେ ତାଙ୍କ ବ୍ରେନ୍ର MRI କରିଥିଲେ, ସେତେବେଳେ ସେ ଏହି ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସଂକ୍ରାମକ ରୋଗ ବିଶେଷଜ୍ଞ ଡ଼ଃ ସଞ୍ଜୟ ସେନାନାୟକେ କହିଛନ୍ତି ଯେ, ଯେତେବେଳେ ସର୍ଜନ ମୋତେ ଫୋନରେ କହିଥିଲେ କି ମହିଳାଙ୍କ ବ୍ରେନ୍ରୁ ଯେଉଁ ପୋକ ମିଳିଛି, ତାହା ସାଧାରଣତଃ ସାପରେ ଦେଖିବାକୁ ମିଳିଥାଏ । ଏହା ଏକ ସ୍ୱତନ୍ତ୍ର ପ୍ରକାରର ଗୋଲାକାର ପୋକ । ଏହାର ବୈଜ୍ଞାନିକ ନାଁ ଓଫିଡାସ୍କରିସ୍ ରୋବର୍ଟସି । ଯାହା କାର୍ପେଟ୍ ପାଇଥନ୍ସରେ ଦେଖିବାକୁ ମିଳିଥାନ୍ତି । ଅଜଗର ସାପର ଏହି ପ୍ରଜାତିର ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ପାପୁଆ ନ୍ୟୁ ଗିନିରେ ଦେଖାଯାଏ ।

ତେବେ ଏହି ପୋକ ମହିଳାଙ୍କ ବ୍ରେନ୍କୁ କେମିତି ଆସିଲା ଡକ୍ତର ବି ବୁଝିପାରୁନାହାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ପୋକ ପତ୍ର ଥିବା ପନିପରିବାରୁ ମହିଳାଙ୍କ ଶରୀରକୁ ଆସିଥାଇପାରେ । ଏହାବ୍ୟତୀତ କୁହାଯାଉଛି ମହିଳା ଜଣକ ଗୃହପାଳିତ ପଶୁ ପାଳନ କରୁଥିଲେ । ଏମାନଙ୍କ ଜରିଆରେ ସେହି ପୋକର ଅଣ୍ଡା ମହିଳାଙ୍କ ଶରୀରକୁ ଆସିଥାଇପାରେ । ତେବେ ଅପରେସନ୍ କରି ଏହି ପୋକଟିକୁ ବାହାର କରିଦେଇଛନ୍ତି ।
You Can Read: