ମାଦ୍ରାସ ହାଇକୋର୍ଟରେ ଜଜ୍ ଭାବେ ଶପଥ ନେଲେ ଭିକ୍ଟୋରିଆ ଗୌରୀ, ସୁପ୍ରିମକୋର୍ଟରେ ଦାୟର ମାମଲା ଖାରଜ
7/02/2023 at 2:02 PM

ନୂଆଦିଲ୍ଲୀ: ମାଦ୍ରାସ୍ ହାଇକୋର୍ଟରେ ଅତିରିକ୍ତ ନ୍ୟାୟଧୀଶ ଲକ୍ଷ୍ମଣ ଚନ୍ଦ୍ର ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ବିରୋଧରେ ଦାୟର ହୋଇଥିବା ମାମଲାରେ ହସ୍ତକ୍ଷେପ କରିବାକୁ ନା କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ କୌଣସି ଆଦେଶ ଜାରି କରି ହେବ ନାହିଁ ବୋଲି କୋର୍ଟ କହିଛନ୍ତି । ସେପଟେ ଭିକ୍ଟୋରିଆ ଗୌରୀ ଅତିରିକ୍ତ ନ୍ୟାୟଧୀଶ ଭାବେ ହାଇକୋର୍ଟରେ ନିଯୁକ୍ତି ହୋଇଛନ୍ତି।
ଗୌରୀଙ୍କୁ ଅତିରକ୍ତ ଜଜ୍ ଭାବେ ନିଯୁକ୍ତିକୁ ନେଇ ଚ୍ୟାଲେଞ୍ଚ ଦିଆଯାଇଥିବା ଯାଚିକାର ଶୁଣାଣି କରିବାକୁ ସୋମବାର ସ୍ଥିତି କରିଥିଲେ ସୁପ୍ରିମକୋର୍ଟ । ହେଲେ ଏହି ନିଷ୍ପତ୍ତି ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚାର ମହାସଚିବ ତଥା ମାଦ୍ରାସ ହାଇକୋର୍ଟର ଆଇନଜୀବୀ ଏଲ୍ ଗୌରୀଙ୍କୁ ନ୍ୟାୟଧୀଶ ଭାବେ ମଞ୍ଜୁରୀ ମିଳିଛି । ଏବେ ଭିକ୍ଟୋରିଆ ଗୋରୀ ମାଦ୍ରାସ୍ ଉଚ୍ଚ ନ୍ୟାୟଳୟର ଜଜ୍ ଭାବେ ଶପଥ ନେଇଛନ୍ତି ।
ଏହି ମାମଲାର ଶୁଣାଣି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ବିଆର୍ ଗବାଇଙ୍କ ବିଶେଷ ପୀଠ କରିଥିଲେ । ଏହା ଅସାଧାରଣ ମମଲା ଏହା ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଯାଚିକା କର୍ତ୍ତା କହିଥିଲେ ।