ଗଞ୍ଜାମରେ ସିସିଟିଭି କ୍ୟାମେରାରେ ମର୍ଡରର ଲାଇଭ ଭିଜୁଆଲ

Published By : Prameya-News7 Bureau | November 24, 2019 IST

ବ୍ରହ୍ମପୁର ୨୪।୧୧ -  ସିସିଟିଭି କ୍ୟାମେରାରେ ମର୍ଡରର ଲାଇଭ ଭିଜୁଆଲ । ୨୧ ତାରିଖ ରାତିରେ ଗଞ୍ଜାମ ଜିଲ୍ଲା ଖଲିକୋଟ୍ କେଶରପୁର ପେଟ୍ରୋଲ ପମ୍ପଠାରେ ଯୁବକଙ୍କୁ ଯେଭଳି ଭାବେ ହତ୍ୟା କରାଯାଇଥିଲା, ତାର ସିସିଟିଭି ଫୁଟେଜ ମିଳିଛି ।

 ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି କିଭଳି ଦୁର୍ବୃତ୍ତମାନେ ଯୁବକ ଜଣଙ୍କୁ ହତ୍ୟା କରିଥିଲେ । ଖଲ୍ଲିକୋଟ ଥାନା ରାମଚନ୍ଦ୍ରପୁର ଗାଆଁର ଶଶାଙ୍କ ପାହାନ ନାମକ ଏହି ଯୁବକ ସେହି ଗାଆଁର ଜଣେ ଝିଅକୁ ଭଲ ପାଉଥିଲେ । ପରିବାର ଲୋକେ ଏହା ଜାଣିବା ପରେ ଏଥିରୁ ନିବୃତ୍ତ ରହିବାକୁ ଶଶାଙ୍କଙ୍କୁ କହିଥିଲେ।  ତେବେ ଶଶାଙ୍କ ଏବଂ ଝିଅର ପରିବାର ଲୋକଙ୍କ ମଧ୍ୟରେ ଝଗଡା ହେବା ପରେ ଶଶାଙ୍କ ଫେରାର ହୋଇଯାଇଥିଲେ । ଆଉ ୨୧ ତାରିଖ ରାତିରେ କେଶପୁର ପେଟ୍ରୋଲ ପମ୍ପଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ଇଏ ହେଉଛି ସିସିଟିଭିରେ କଏଦ ହୋଇଥିବା ଚିତ୍ର । ଦେଖନ୍ତୁ କେମିତି ଇଟା, ପଥର, ଆଉ ବାଉଁଶରେ ପିଟି ପିଟି ଶଶାଙ୍କକୁ ହତ୍ୟା କରାଯାଉଛି। ତେବେ କିଏ ଏହି ଦୁର୍ବୃତ୍ତ ପୋଲିସ ତଦନ୍ତ ପରେ ଜଣାପଡ଼ିବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.