ପୋଖରୀରେ ବୁଡି ଛୋଟ ଝିଅର ମୃତ୍ୟୁ, ଅଙ୍ଗନବାଡି ଦିଦିଙ୍କୁ ଦାୟୀ କଲେ ପରିବାର ଲୋକେ
15/09/2022 at 10:43 PM

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ରାଇଘାଟି ଅଙ୍ଗନବାଡି କେନ୍ଦ୍ର ନିକଟରେ ଥିବା ଏକ ପୋଖରୀରେ ବୁଡି ଜଣେ ଛାତ୍ରୀ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଗାଁର ପ୍ରଦାନ ହେମରମଙ୍କ ୫ ବର୍ଷୀୟା ଝିଅ ଗୁରୁବାରି। ଝିଅ ମୃତ୍ୟୁ ପାଇଁ ପରିବାର ଲୋକେ ଅଙ୍ଗନବାଡି କର୍ମୀଙ୍କୁ ଦାୟୀ କରିଛନ୍ତି।
ଅଙ୍ଗନବାଡି କେନ୍ଦ୍ରରେ ପାଠପଢା ଦୈନିକ ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ହୋଇଥାଏ। ମାତ୍ର ଆଜି ଅଙ୍ଗନବାଡି କର୍ମୀ ଅପରାହ୍ନ ୨ଟା ସମୟରେ ଘର ଘର ବୁଲି ପିଲାଙ୍କୁ ଡାକି ଅଙ୍ଗନବାଡି କେନ୍ଦ୍ରକୁ ନେଇଥିଲେ। ସେଥିରେ ମୃତ ଗୁରୁବାରୀ ମଧ୍ୟ ସାମିଲ୍ ଥିଲା। ତେବେ ଝିଅ ଘରକୁ ନଫେରିବାକୁ ସଂନ୍ଧ୍ଯାରେ ଘର ଲୋକେ ଖୋଜା ଖୋଜି କରି ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲେ। ଅଙ୍ଗନବାଡି ଦିଦିଙ୍କ ଅବହେଳାରୁ ଆଜି ଏଭଳି ଅଘଟଣ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଙ୍ଗନବାଡି ଦିଦି ନିୟମିତ କେନ୍ଦ୍ରକୁ ଆନସୁଥିବା ମଧ୍ଯ ଅଭିଯୋଗ ହୋଇଛି। ପରିବାର ଲୋକେ ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ଯାୟ ଦାବି କରିଛନ୍ତି।