ଛେଳି ଛୁଆକୁ ଲାଗୁଥିଲା ଥଣ୍ଡା, ନିଆଁ ପାଖକୁ ନେଇ ଛୋଟ ପିଲାଟି କଲା ଏମିତି କିଛି; ସମସ୍ତଙ୍କୁ ମିଳିଲା ଶିକ୍ଷା
7/12/2022 at 4:17 PM

ନୂଆଦିଲ୍ଲୀ ୦୭।୧୨: ପିଲାମାନେ ଭଗବାନଙ୍କ ସ୍ୱରୂପ। ସେ ନୀରିହ ଓ ନିଷ୍ପାପ। ତାଙ୍କ ପାଖରେ ଛନ୍ଦ କପଟ କିଛି ନାହିଁ। ସେଥିପାଇଁ ଲୋକମାନେ ସେମାନଙ୍କୁ ସଚ୍ଚା ହୃଦୟର ବୋଲି କୁହନ୍ତି। ଛୋଟ ପିଲାମାନେ ବହୁତ କ୍ୟୁଟ୍ ହୋଇଥାନ୍ତି। ଅନେକ ସମୟରେ ତାଙ୍କ କାର୍ଯ୍ୟକଳାପ ଆମକୁ ଖୁସିଦିଏ, ଆଉ ତାଙ୍କ ଦୁଷ୍ଟାମୀ ଆମକୁ ବିରକ୍ତ ବି କରାଇଦିଏ। କିନ୍ତୁ ଛୋଟ ପିଲାମାନେ ବେଳେବେଳେ ଏମିତି କାର୍ଯ୍ୟ କରନ୍ତି ଯାହା ଆମ ହୃଦୟ ଜିତେ । ଆଉ ବେଳେବେଳେ ବଡ଼ ମାନଙ୍କୁ ଶିକ୍ଷା ବି ମିଳିଥାଏ। ସୋସିଆଲ ମିଡିଆରେ ଏହିପରି ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯାହା ସମସ୍ତଙ୍କୁ ଏକ ଶିକ୍ଷା ଦେବା ସହ ଖୁସି ବି ଦେଉଛି।
ଏହି ଭାଇରାଲ୍ ଭିଡିଓରେ, ଆପଣ ଦେଖିବାକୁ ପାଇବେ ଯେ, ଏକ ଛୋଟ ପିଲାଟି ନିଆଁ ପାଖରେ ବସିଛି । ଆଉ ତାଙ୍କ କୋଳରେ ରହିଛି ଗୋଟିଏ ଛେଳି ଛୁଆ। ତାଙ୍କୁ ଥଣ୍ଡା ଲାଗୁଥିବାରୁ, କୁନି ପିଲାଟି ନିଆଁରେ ହାତ ଗରମ କରି ଛେଳି ଛୁଆକୁ ସେକି ଦେଉଛି। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଛେଳି ଛୁଆ ପ୍ରତି କୁନି ଛୁଆଟିର ଶ୍ରଦ୍ଧା। ଏହି ସୁନ୍ଦର ଭିଡିଓ ଭାଇରାଲ୍ ହେବା ପରେ ସମସ୍ତଙ୍କ ମନ ଜିଣୁଛି। ଲୋକମାନେ ପିଲାଟିକୁ ଖୁବ୍ ପ୍ରଶଂସା କରୁଛନ୍ତି। କେହି କେହି ଲେଖିଛନ୍ତି ପିଲାଟି ଠାରୁ ସମସ୍ତେ କିଛି ଶିଖିବା ଉଚିତ୍ । ଏହି ଭିଡିଓ ଟ୍ୱିଟରରେ @ VideoDunya1 ନାମକ ଏକ ପେଜ୍ରେ ସେୟାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି।
Küçücük yüreğinde kocaman merhamet taşıyan ufaklığın sevgi dolu kalbi… pic.twitter.com/7v4VgxGQ5g
— Video Dünyası (@VideoDunya1) December 3, 2022
ଆଜିକାଲି ସ୍ୱାର୍ଥପର ଦୁନିଆରେ, ଲୋକଙ୍କ କଷ୍ଟ ଦେଖି କିଛି ଲୋକ ଚାହୁଁ ନାହାନ୍ତି। ହୁଏତ ସେହି ଛେଳି ଛୁଆ ଶୀତରେ ଥରୁଥିବା ଅନେକ ଲୋକ ଦେଖିଥିବେ। କିନ୍ତୁ କେହି ଆହା ପଦେ କହିନଥିଲେ। କିନ୍ତୁ ଏଠି କୁନିପିଲାଟି ଦେଖି ପାରିନି ଦୁଃଖ। ଯାହା ନିଶ୍ଚିତ ଭାବେ ଖୁବ୍ ପ୍ରଶଂସନୀୟ।