ଛୋଟ ଝିଅର ବଡ଼ କାମ, ୧୦ ମିନିଟରେ ପହଁରି ପାର ହେଉଛନ୍ତି ୨୫୦ ମିଟର ଲମ୍ବ ପୋଖରୀ

Published By : Prameya-News7 Bureau | December 21, 2021 IST

ବିନିକା ୨୧।୧୨: ଛୋଟ ଝିଅର ବଡ଼ କାମ l ୨୫୦ ମିଟର ଲମ୍ବ ପୋଖରୀକୁ ମାତ୍ର ୧୦ ମିନିଟରେ ପହଁରି ପୋଖରୀ ପାରି ହେଉଛନ୍ତି l ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ବରିହାପଡ଼ା ପ୍ରଶାନ୍ତ ସେଠିଙ୍କ ଝିଅ ରଜେଶ୍ୱରି ସେଠି ଏପରି ଅବିଶ୍ୱସନୀୟ କାମ କରିଛନ୍ତି l

{"id":562743,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ରଜେଶ୍ୱରୀ ରାମପୁର  ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି l ରଜେଶ୍ଵରୀ ମାତ୍ର ଛଅ ବର୍ଷ ବୟସରୁ ଏଭଳି ଏକ ସାହସିକତା ଦେଖାଇଛନ୍ତି । ୨୫୦ ମିଟର ଲମ୍ବ ପୋଖରୀକୁ ମାତ୍ର ୧୦ ମିନିଟରେ ପହଁରି ଅଞ୍ଚଳରେ ଏବେ ବେଶ ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି l ରଜେଶ୍ୱରି ଏତେ କମ ସମୟରେ କିପରି ପୋଖରୀରେ ପାର ହେଉଛନ୍ତି ତାହା ଦେଖିବା ପାଇଁ ଲାଗିଛି ଲୋକଙ୍କ  ଭିଡ l

{"id":562744,"sizeSlug":"full","linkDestination":"none"}

ରଜେଶ୍ୱରିଙ୍କ ବାପା ପ୍ରଶାନ୍ତ ମହାରାଷ୍ଟ୍ର ପୁନେର ଏକ ଘରୋଇ କମ୍ପାନୀରେ କାମ କରି ପାରିବାର ପ୍ରତିପୋଷଣ କରୁଥିଲେ l କିନ୍ତୁ ଗତ ଦୁଇବର୍ଷ ହେବ କରୋନା ମହାମାରୀ ଲାଗି ଘରକୁ ଆସିଥିଲେ । ଏଠାରେ ପନିପରିବା ବିକ୍ରି କରିବା ସହ ଦିନ ମଜୁରିଆ ଭାବରେ କାମ କରି ପାରିବାର ପ୍ରତିପୋଷଣ କରୁଛନ୍ତି l ପ୍ରଶାନ୍ତ ପ୍ରତ୍ୟେକ ଦିନ ସକାଳୁ ପୋଖରୀକୁ ଯାଇ ପହଁରା ଅଭ୍ୟାସ କରାଉଛନ୍ତି l

{"id":562745,"sizeSlug":"full","linkDestination":"none"}

ରାଜେଶ୍ଵରିଙ୍କୁ ଜଣେ ଦକ୍ଷ ସନ୍ତରଣକାରୀ ଭାବରେ ପ୍ରସ୍ତୁତ କରିବାକୁ ଚାହୁଛନ୍ତି ବାପା ପ୍ରଶାନ୍ତ l ପ୍ରଶାସନ ପକ୍ଷରୁ ଯଦି ରାଜେଶ୍ବରୀଙ୍କୁ କିଛି ପ୍ରୋତ୍ସାହନ ମିଳେ। ତେବେ ସେ ଜଣେ ଭଲ ସନ୍ତରଣକାରୀ ହେବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.