ଲିଚୁ ଚାଷ ; ଲିଚୁ ଚାଷ କରି ବେଶ ଲାଭବାନ ଚାଷୀ

Published By : Prameya-News7 Bureau | May 12, 2018 IST

ପେନ୍ଥା ପେନ୍ଥା ହୋଇ ଗଛରେ ଝୁଲୁଥିବା ପାଚିଲା ଲାଲ ଟହଟହ ଲିଚୁ ଆଖିକୁ ଦେଖିବାକୁ ଯେତିକି ମନୋରମ ଲାଗିଥାଏ ଖାଇଲେ ମଧ୍ୟ ପାଟିକୁ ତା ଠାରୁ ଠେର ଗୁଣରେ ସ୍ବାଦିଷ୍ଟ ଲାଗିଥାଏ । ଖରାଦିନେ ଲିଚୁର ବେଶ ଚାହିଦା ରହିଥିବା ବଳେ ଲୋକେ ମଧ୍ୟ ଲିଚୂ ଖାଇବାର ମଜା ଉଠେଇଥାନ୍ତି । ଏବେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଦେଖିବାକୁ ମିଳୁଥିବା ବେଳେ ଲିଚୁ ଚାଷ କରି ଚାଷୀଙ୍କ ଠାରୁ ଆରମ୍ଭ କରି ବେପାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଇପଇସା ଭଲ ଲାଭ ପାଇଥାନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମୁଖ୍ୟ ବଜାରରେ ଏବେ ଲିଚୁ ବେପାର ବେଶ ଜମିଥିବା ବେଳେ ଲିଚୁ ପସରା ମାନଙ୍କରେ ଗରାଖ ମାନଙ୍କର ଭିଡ ଲାଗିରହିଛି । ଉପଖଣ୍ଡର ବଡବାହାଳ ବଗିଚା ଠାରୁ ବେପାରୀ ମାନେ କ୍ରୟ କରି ଏହି ଲିଚୁକୁ ମୁଖ୍ୟ ବଜାରରେ ବିକ୍ରୀ କରିଥାନ୍ତି । ବଡବାହାଳ ଲିଜୁର ଏକ ସ୍ବତନ୍ତ୍ରତା ରହିଥିବା ବେଳେ ଗୁଦୁଗୁଦା ଜଳପ୍ରପାତର ସ୍ବଚ୍ଛ ଶିତଳ ଜଳଧାର ଏବଂ ଅନୁକୁଳ ବାତାବରଣ ଏହି ଲିଚୁକୁ ଅଧିକ ସ୍ବାଦିଷ୍ଟ କରିପାରିଛି । ଲିଚୁପାଇଁ ଶିତଳ ପରିବେଶ ବେଶ ଉକୃଷ୍ଟ ହୋଇଥିବା ବେଳେ ବାମଣ୍ଡା ରାଜାଙ୍କ ଅମଳରୁ ଏଠାକାର ପରିବେଶକୁ ଅନୁଧ୍ୟାନ କରି ବିରାଟ ବିରାଟ ଲିଚୁ ବଗିଚା କାରାଯାଇଥିଲେ । ମାତ୍ର ପରବର୍ତ୍ତି ସମୟରେ ଏହି ବଗିଚା ଗୁଡିକୁ ଲିଜ୍ ସୁତ୍ରରେ ପ୍ରଦାନ କରାଯାଇଛି । ଅନ୍ୟପଟେ ଏଠାକାର କିଛି ଉଦ୍ୟୋକ୍ତ ଚାଷୀ ମଧ୍ୟ ନୁତନ ଭାବେ ଲିଚୁ ବଗିଚା କରି ଭଲ ଦୁଇପଇସା ରୋଜଗାର କରି ଲାଭବାନ ହେଉଛନ୍ତି । ଖରାଦିନେ ଲିଚୁ ପାଚିବା ଆରମ୍ଭ ହୋଇଗଲେ ଲିଚୁବଗିଚା ମାଲିକ ମାନେ ଲାଗିପଡନ୍ତି ସଂଗ୍ରହ ପାଇଁ । ଶ୍ରମିକ ନିୟୋଜିତ କରି ସେଗୁଡିକୁ ତୋଳି ସୁନ୍ଦର ସୁନ୍ଦର ବିଡା ବାନ୍ଧି ପ୍ରସ୍ତୁତ କରନ୍ତି ବିକ୍ରୟ ପାଇଁ । ବିଭିନ୍ନ ସ୍ଥାନରୁ ବେପାରୀ ମାନେ ବଗିଚାକୁ ଆସି ସେଠାରୁ ଲିଚୁ କ୍ରୟ କରିନେଇଥାନ୍ତି । ବହୁ ଲୋକ ନିଜ ପରିବାର ସହ ଏଠାକୁ ଲିଚୁ ଖାଇବା ତଥା ଗୁଦଗୁଦାର ଶିତଳ ପରିବେଶ ଉପଭୋଗ କରିବାକୁ ଆସିଥାନ୍ତି । ପାଚିଗଲା ପରେ ଅତି ସ୍ୱଳ୍ପ ସମୟ ଭିତରେ ଚାଷୀକୁ ଲିଚୁ ବିକ୍ରୟ କରିବାକୁ ପଡିଥାଏ । ଏଭଳି ପରସ୍ଥିତିରେ ଚାଷୀଙ୍କୁ କ୍ଷତି ମଧ୍ୟ ସହିବାକୁ ପଡିଥାଏ । କୁଚିଣ୍ଡା ଅଞ୍ଚଳରେ ଲିଚୁବିକ୍ରୟ ପାଇଁ ବଜାର ବ୍ୟବସ୍ଥା ଓ ରଖିବା ପାଇଁ ଶିତଳ ଭଣ୍ଡାରର ବ୍ୟବସ୍ଥା ହଲେ ଚାଷୀ ଲିଚୁର ପ୍ରକୃତ ମୁଲ୍ୟ ପାଇ ପାରନ୍ତେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.