scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେଉଁ ଦେଶର ନାଁ ସବୁ ହୋଇଛି ପରିବର୍ତ୍ତନ ? ଜାଣନ୍ତୁ ରୋଚକ ତଥ୍ୟ…

6/09/2023 at 10:25 AM

ନୂଆଦିଲ୍ଲୀ ୦୬।୦୯: ଭାରତ ନା ଇଣ୍ଡିଆ ? ନାଁକୁ ନେଇ ଏବେ ବିବାଦ । ଜି -20 ସମ୍ମିଳନୀ ଡିନର କାର୍ଡରେ ‘ପ୍ରେସିଡେଣ୍ଚ ଅଫ୍ ଭାରତ’ ଲେଖା ବିରୋଧୀ-ବିଜେପି ମୁହାଁମୁହିଁ ହୋଇଛନ୍ତି । କାହିଁକି ଏବଂ କେଉଁଠି ବିବାଦ ରହିଛି । ବିଶ୍ବର ଏମିତି ଅନେକ ଦେଶ ଯିଏ ନିଜ ଦେଶର ନାଁ ପରିବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଜୁନ୍ ୨ରେ ସଂଯୁକ୍ତ ରାଷ୍ଟ୍ର ତୁର୍କୀ ନିଜ ଦେଶର ନାଁ ତୁର୍କୀୟେ ଘୋଷଣା କରିଛି । ଗତବର୍ଷ ଡିସେମ୍ବରରେ ନାଁ ପରିବର୍ତ୍ତନ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ।

 ୧୯୭୨ରେ ବ୍ରିଟିଶଙ୍କଠାରୁ ସ୍ୱାଧୀନ ହୋଇଥିଲା ଶ୍ରୀଲଙ୍କା । ଦାସତ୍ୱ ସମୟରେ ଏହାର ନାଁ ଥିଲା ସିଲୋନ୍ । ଦାସତ୍ୱର ଚିହ୍ନ ଲିଭାଇବା ପାଇଁ ସେବେ ହିଁ ସିଲନର ନାଁ  ପରିବର୍ତ୍ତନ କରି ଶ୍ରୀଲଙ୍କା କରିବାକୁ ହୋଇଥିଲା ନିଷ୍ପତ୍ତି । କିନ୍ତୁ ସରକାରୀ ଦଲିଲରୁ ସିଲନ୍ ନାଁ ସଂପୂର୍ଣ୍ଣ ହଟାଇବାକୁ ଲାଗିଯାଇଥିଲା ୩୯ ବର୍ଷ ।

ଇରାନକୁ ଐତିହାସିକ ଭାବେ ପାରସ୍ୟ ନାଁରେ ଜଣାଶୁଣା | କୁହାଯାଏ ୫୫୦ ଖ୍ରୀଷ୍ଟାବ୍ଦରେ ଗ୍ରୀସ୍ ଏହି ଦେଶକୁ ପାରସ୍ୟ ବୋଲି ନାମକରଣ କରିଥିଲେ । ୧୯୩୫ରେ ପାଶ୍ଚାତ୍ୟ ଦେଶମାନଙ୍କୁ ପାରସ୍ୟକୁ ଇରାନ ବୋଲି ସମ୍ବୋଧନ କରିବାକୁ ଅନୁରୋଧ କରାଯାଇଥିଲା ।

ନାଁ ପରିବର୍ତ୍ତନ ପୂର୍ବରୁ ନେଦରଲ୍ୟାଣ୍ଡ ହଲାଣ୍ଡ ଭାବରେ ଜଣାଶୁଣା ଥିଲା  । ଜାନୁଆରୀ ୨୦୨୦ରେ ଦେଶର ନାଁ ହଲାଣ୍ଡରୁ ନେଦରଲ୍ୟାଣ୍ଡକୁ ପରିବର୍ତ୍ତନ କରାଯାଇଥିଲା ।

୧୯୮୯ରେ ସାମରିକ ସରକାର ବର୍ମା ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ବର୍ମା ନାଁ ବ୍ରିଟିଶ୍‌ଙ୍କ ଦାସତ୍ବର ପ୍ରତୀକ । ଏଥିପାଇଁ କରାଯାଇଛି ପରିବର୍ତ୍ତନ । ଏବେ ବର୍ମା ମିଆଁମାର ଭାବେ ପରିଚିତ ।

ଦଶନ୍ଧି ପୂର୍ବରୁ ସିଆମର ନାଁ ଥାଇଲ୍ୟାଣ୍ଡ କରାଯାଇଥିଲା । ଏହି ନାଁ ୧୯୩୯ରେ ଜଣେ ଏକଛତ୍ରବାଦୀ ଶାସକ ଦ୍ବାରା ଦିଆଯାଇଥିଲା ।  

ଜର୍ମାନ ଦକ୍ଷିଣ ପଶ୍ଚିମ ଆଫ୍ରିକାରୁ ନାମିବ୍ୟା ନାଁ ହୋଇଥିଲା । ୧୯୬୮ରେ ଏହି ନାଁ ମିଳିତ ଜାତିସଂଘ ଦ୍ୱାରା ସ୍ଥିର ହୋଇଥିଲା । କିନ୍ତୁ ଏହାର ନାମକରଣ ୧୯୯୦ରେ କରାଯାଇଥିଲା ।  ୧୯୯୦ରେ ଏହାର ନାମକରଣ କରାଯାଇଥିଲା । ଆୟରିସ୍‌ ଫ୍ରି ଷ୍ଟେଟ୍‌ରୁ ଆୟଲ୍ୟାଣ୍ଡ ୧୯୩୭ରେ ହୋଇଥିଲା ।

You Can Read:

   Related Posts