ଦ୍ୱିତୀୟ ଥର ମାଆ ହେଲେ ଏହି ଅଭିନେତ୍ରୀ…ଶିଶୁ ସହ ସେୟାର କଲେ ଫଟୋ
16/02/2020 at 11:05 AM

ମୁମ୍ବାଇ୧୬|୨: ବଲିଉଡ୍ ଅଭିନେତ୍ରୀ ଲିଜା ହେଡେନ୍ ପୁଣି ଥରେ ମାଆ ହୋଇଛନ୍ତି। ତାଙ୍କ ଘରକୁ ଖୁସି ଖବର ଆସିବା ସହ ନୂଆ ସଦସ୍ୟ ଆସିଛି। ଦ୍ୱିତୀୟ ଥର ମାଆ ହେବାର ସୌଭାଗ୍ୟ ମିଳିଛି ବୋଲି କହିଛନ୍ତି ଲିଜା। ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି ଏହି ଅଭିନେତ୍ରୀ। ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ଦର୍ଶକଙ୍କୁ ଲିଜା ଏହି ଖୁସି ଖବର ବିଷୟରେ ଜଣାଇଛନ୍ତି ।

ଫଟୋରେ ତାଙ୍କ ଦୁଇ ପୁଅ ଦେଖିବାକୁ ମିଳିଛନ୍ତି। ଏଥିରେ ଲିଜା କ୍ୟାପସନ ଲେଖିଛନ୍ତି ଯେ, ଦୁଇଜଣଙ୍କୁ ଦେଖିବା ପରଠୁ ତାଙ୍କ ପାଇଁ ଦୁନିଆରେ ଆଉ କିଛି ବଡ ନାହିଁ। ଜନ୍ମ ହୋଇଥିବା ଶିଶୁର ନାଁ ହେଉଛି’ଲିଓ। ଲିଓ ଏବଂ ‘ଜ୍ୟାକ୍’ଙ୍କର ଏହି ଫଟୋ ଦେଖି ପ୍ରଶଂସକ ଖୁବ ଖୁସି ହୋଇଛନ୍ତି। ସେ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଫିଲ୍ମ ‘ଆୟଶା’ ଜରିଆରେ ଲିଜା ବଲିଉଡ୍ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ‘ହାଉସ୍ଫୁଲ – ୩’, ‘ଦ ସୌକୀନ୍ସ କ୍ୱିନ୍’, ‘ୟେ ଦିଲ୍ ହେ ମୁସ୍କିଲ୍’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମ କୁଇନ୍ରେ ମଧ୍ୟ କଙ୍ଗନାଙ୍କ ସହ ଲିଜାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।