ଚୋରା ମଦଭାଟି ଉପରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣରେ ମଦ ଜବତ

Published By : Prameya-News7 Bureau | October 03, 2022 IST

ନୀଳଗିରି, ୩/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳ ଏବେ ଦେଶୀ ଓ ବିଦେଶୀ ମଦ କାରବାରର ହବ ପାଲଟିଛି ।ନଦୀକୂଳ ଜଙ୍ଗଲରେ ଗଢିଉଠିଛି ଚୋରା ମଦ ଭାଟି । ନୀଳଗିରି ଥାନା ଅଧିନ ରାଧାକିଶୋରପୁର ପଞ୍ଚାୟତର ପୁନଦାଳ ଅଞ୍ଚଳରେ ଥିବା ଚୋରା ମଦଭାଟିରେ ଆଜି ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ୨୦ ହଜାର କେଜି ପୋଚ, ୧୨୦୦ ଲିଟର ଦେଶୀ ମଦ ସହ ବହୁ ମଦରନ୍ଧା ସରଞ୍ଜାମ ଜବତ ହୋଇଥିବା ବେଳେ କାହାରିକୁ ଗିରଫ କରିବାରେ ପୋଲିସ୍‌ ସଫଳ ହୋଇ ପାରିନଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.