ନୂଆବର୍ଷରେ ଖୁବ୍ ଜମିଲା ମଦର ଆସର! ଦିଲ୍ଲୀରେ ଗୋଟିଏ ସପ୍ତାହରେ ଆୟ ହେଲା ୨୧୮ କୋଟି…
3/01/2023 at 10:31 PM

ନୂଆଦିଲ୍ଲୀ, ୦୩/୦୧: ପ୍ରାୟ ତିନି ବର୍ଷ ଧରି ନୂଆବର୍ଷରେ ପାଳନରେ ବାଧା ସାଜିଥିଲା କରୋନା। ହେଲେ ମହମାରୀରେ ହ୍ରାସ ପାଇବାପରେ ଏଥର ଖୁବ୍ ଧୁମ୍ଧାମରେ ପାଳନ ହୋଇଛି ନୂଆବର୍ଷ। ଆଉ ଏହି ନୂଆବର୍ଷ ପାଳନ ଖୁସିରେ ଖୁବ୍ ମଦର ମଜା ନେଇଛନ୍ତି ଦିଲ୍ଲୀ-ଏନସିଆରବାସୀ।
କାରଣ ଦିଲ୍ଳୀରେ କେଉଁଭଳି ଭାବରେ ନୂଆବର୍ଷ ପାଳନ ହୋଇଛି ତାହା ଏଠାରେ ହୋଇଥିବା ମଦର ବିକ୍ରିରୁ ଅନୁମେୟ। ସୂଚନା ଅନୁଯାୟୀ ଖ୍ରୀଷ୍ଟମାସ-ନୂଆବର୍ଷ ସପ୍ତାହରେ ଦିଲ୍ଲୀରେ ୨୧୮ ଟଙ୍କାର ମଦ ବିକ୍ରି ହୋଇଛି। ଯେଉଁଥିରେ ସର୍ବାଧିକ ନୂଆବର୍ଷ ପୂର୍ବ ସନ୍ଧ୍ୟା ଅର୍ଥାତ୍ ୩୧ ଡିସେମ୍ବରରେ ପ୍ରାୟ ୨୦ ଲକ୍ଷ ମଦ ବିକ୍ରି ହୋଇଛି ଯାହାର ମୂଲ୍ୟ ୪୫ କୋଟି ରହିଛି। ଯାହାକି ସ୍ବାଭାବିକ ଦିନ ତୁଳନାରେ୨ ଗୁଣାରୁ ଅଳ୍ପକେ କମ୍।
ତଥ୍ୟ ଅନୁଯାୟୀ ଡିସେମ୍ବରରେ ସାଧାରଣ ଦିନମାନଙ୍କରେ ଦିଲ୍ଳୀରେ ହାରାହାରି ୧୩ ଲକ୍ଷ ମଦ ବୋତଲ ବିକ୍ରି ହୋଇଥିଲା। ଯାହାକି ବିଗତ ତିନି ବର୍ଷ ମଧ୍ୟରେ ଭଲ ରହିଛି। ତଥ୍ୟ ଅନୁଯାୟୀ ଦିଲ୍ଲୀ ସରକାର ଡିସେମ୍ବର ୨୦୨୨ ରେ ମଦ ଉପରେ ଥିବା ଏକ୍ସସାଇଜ୍ ଟ୍ୟାକ୍ସ ଏବଂ ଭାଟ୍ରୁ ୫୬୦ କୋଟି ଟଙ୍କାର ରାଜସ୍ବ ଆୟ କରିଛନ୍ତି।