ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ୟୁପିରେ ମହଙ୍ଗା ହେବ ମଦ, ଯୋଗୀ ଆଦିତ୍ୟନାଥ ସରକାରଙ୍କ ବଡ ନିଷ୍ପତ୍ତି

29/01/2023 at 1:54 PM

ମୁମ୍ଵାଇ ୨୯।୦୧: ଉତ୍ତରପ୍ରଦେଶରେ ମଦ୍ୟପାନ ମହଙ୍ଗା ହେବାକୁ ଯାଉଛି। ୟୁପି ଯୋଗୀ ଆଦିତ୍ୟନାଥ ସରକାରଙ୍କ ନୂଆ ନିଷ୍ପତ୍ତି ଯୋଗୁଁ ମଦ ଦର ବୃଦ୍ଧି ପାଇବ। ବାସ୍ତବରେ, ୟୁପି ସରକାର ନୂତନ ଅବକାରୀ ପଲିସି ୨୦୨୩-୨୪ କୁ ଅନୁମୋଦନ କରିଛନ୍ତି ଏବଂ ଅବକାରୀ ଲାଇସେନ୍ସ ଶୁଳ୍କ ବୃଦ୍ଧି କରିଛନ୍ତି । ଅର୍ଥାତ୍ ଏପ୍ରିଲ୍ ୨୦୨୩ ରୁ ଉତ୍ତରପ୍ରଦେଶରେ ମଦ୍ୟପାନ ପାଇଁ ଅଧିକ ଅର୍ଥ ଦେବାକୁ ପଡିବ ।

ସରକାରଙ୍କ ନୂଆ ନିଷ୍ପତ୍ତିରେ ଅବକାରୀ ଲାଇସେନ୍ସ ଫି ୧୦ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଦେଶୀ ମଦ ଏବଂ ବିୟରର ମୂଲ୍ୟ ବୃଦ୍ଧି ହେବ । ୨୮ ଜାନୁଆରୀ ୨୦୨୩ ରେ ଅନୁଷ୍ଠିତ ୟୁପି କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସୂଚନାନୁସାରେ, ଉତ୍ତରପ୍ରଦେଶ ସରକାର ଚଳିତ ବର୍ଷ ମଦ ମାଧ୍ୟମରେ ୪୫ ହଜାର କୋଟି ଟଙ୍କାର ରାଜସ୍ଵ ସଂଗ୍ରହ କରିବାର ଲକ୍ଷ୍ୟ ସ୍ଥିର କରିଛନ୍ତି। ସରକାର ନେଇଥିବା ନିଷ୍ପତ୍ତିରେ ସମସ୍ତ ମଦ, ବିୟର ଏବଂ ଭାଙ୍ଗର ସବୁ ଦୋକାନର ଲାଇସେନ୍ସ ରିନ୍ୟୁ କରିବାକୁ କୁହାଯାଇଛି। ଯେଉଁଥିପାଇଁ ମାଲିକମାନଙ୍କୁ ବର୍ତ୍ତମାନ ଅଧିକ ଟଙ୍କା ଦେବାକୁ ପଡିବ। କେବଳ ଏତିକି ନୁହେଁ, ମଦ ଗୋଦାମ, ମାଷ୍ଟର ବିୟରହାଉସ୍‌ ଲାଇସେନ୍ସ ଏବଂ ପଞ୍ଜୀକରଣ ଫିସ୍‌ ମଧ୍ୟ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକରେ ନୂଆ ଅବକାରୀ ନୀତି ଉପରେ ଆଲୋଚନା କରାଯାଇଥିଲା। ଯାହା ପରେ ଅନୁମୋଦନ କରାଯାଇଥିଲା। ଏହି ନୂତନ ନୀତି ଅନୁଯାୟୀ, ଏପ୍ରିଲ ମାସରୁ ଲାଇସେନ୍ସ ଫି ପାଇଁ ୧୦ ପ୍ରତିଶତ ଅଧିକ ଟଙ୍କା ଦେବାକୁ ପଡିବ। ଏଥି ସହିତ ମଡେଲ ଦୋକାନରେ ମଦ ପରିବେଷଣ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଅଧିକ ଦେବାକୁ ପଡିବ। ଗତ ବର୍ଷ ୟୁପିରେ ମଦ ମୂଲ୍ୟରେ ବୃଦ୍ଧି ଘଟିଥିଲା।

   Related Posts