ରାଜଧାନୀରେ ଏବେ ସବୁ ଦିନ ମଦ ଦୋକାନ ଖୋଲା, କିନ୍ତୁ ସର୍ତ୍ତ ସହ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ମଦ ଦୋକାନ ଖୋଲିବା ନେଇ ଏକ ଆଦେଶ ଜାରି କରିଛନ୍ତି। ଆଦେଶ ଅନୁଯାୟୀ ଏବେ ସବୁ ଦିନ ମଦ ଦୋକାନ ଖୋଲା ରହିବ। ଯଦି ଦୋକାନ ସର୍ତ୍ତ ପୂରଣ କରିବେ ତେବେ ସେମାନଙ୍କୁ ପ୍ରତି ଦିନ ଦୋକାନ ଖୋଲିବାକୁ ଅନୁମତି ମିଳିବ। ଏହା ପୂର୍ବରୁ ମଦ ଦୋକାନକୁ ଯୁଗ୍ମ ଅଯୁଗ୍ମ ନିୟମ ଆଧାରରେ ଖୋଲା ଯାଉଥିଲା।

ଦିଲ୍ଲୀରେ ମଦ ଦୋକାନ ପାଇଁ ନୂତନ ଘୋଷଣା କରାଯାଇଛି। ଏବେ ମଦ ଦୋକାନ ଖାଲିବା ନେଇ ପୂର୍ବରୁ ଜାରି ଯୁଗ୍ମ ଅଯୁଗ୍ମ ନିୟମକୁ ମଧ୍ୟ ହଟାଇ ଦିଆଯାଇଛି। ନୂତନ ଆଦେଶ ଅନୁଯାୟୀ ମଦ ଦୋକାନର ମାଲିକ ନିର୍ଦ୍ଧାରିତ ସର୍ତ୍ତ ପୂରଣ କଲେ ଦୋକାନ ପ୍ରତିଦିନ ଖୋଲି ପାରିବେ। ଏବେ ମଦ ଦୋକାନ ସକାଳ ୯ଟାରୁ ରାତି ୮ଟା ଯାଏ ଖୋଲା ରହିବ।

କମ୍ରାଗତ ବଢିଚାଲିଛି କରୋନା ସଂକ୍ରମଣ

ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣର ୯୯୦ଟି ମାମଲା ସାମ୍ନାକୁ ଆସିଛି। ଏହା ପରେ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରି ୨୦,୮୩୪ରେ ପହଞ୍ଚିଛି। ଏହି ୨୪ ଘଣ୍ଟାରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨୩କୁ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ରବିବାର ଗୋଟିଏ ଦିନରେ ସର୍ବାଧିକ ୧୨୯୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.