ଦୂର ହେଲା କନଫ୍ୟୁଜନ: ସବୁ ଜୋନ୍‌ରେ ଖୋଲିବ ମଦ ଦୋକାନ, କିନ୍ତୁ ମାନିବାକୁ ପଡିବ ଗାଇଡ୍ ଲାଇନ୍

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ ୦୨।୦୫: ସମଗ୍ର ଦେଶରେ ରେଡ୍  ଜୋନ୍, ଅରେଞ୍ଜ ଜୋନ୍ ଏବଂ ଗ୍ରୀନ  ଜୋନ୍‌ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ରିପୋର୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛନ୍ତି ଯେ, ତିନି ଜୋନ୍‌ରେ ମଦ ବିକ୍ରି ହେବ। ଏହା ପୂର୍ବରୁ ଶୁକ୍ରବାର ମଦ ବିକ୍ରି ନେଇ ଯେଉଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଥିଲା ସେଥିରେ ଆଦେଶ ସଂଖ୍ୟା 40-3/2020 DM 1(A)ର Annexure ଓ୍ଵାନରେ ସାର୍ବଜନୀନ ସ୍ଥଳକୁ ନେଇ କ୍ରମ ସଂଖ୍ୟା ସାତରେ କୁହାଯାଇଥିଲା ଯେ, ସାର୍ବଜନୀନ ସ୍ଥାନରେ ମଦ ପିଇବା ଏବଂ ପାନ, ଗୁଟଖା, ତମାକୁ ଖାଇବା ଅନୁମତି ନାହିଁ।

ଏହାର ଠିକ୍ ତଳେ କ୍ରମ ସଂଖ୍ୟା ଆଠରେ କୁହାଯାଇଥିଲା ଯେ, ମଦ ଦୋକାନ ଓ ପାନ, ଗୁଟଖା, ତମ୍ବାଖୁ ଆଦି ଦୋକାନକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଗ୍ରାହକଙ୍କ ମଧ୍ୟରେ ଅତି କମରେ ଛଅ ଫୁଟ୍ ଓ ଦୁଇ ଗଜ୍‌ ଦୂରତା ରହିବା ଉଚିତ୍ । ଦୋକାନ ବାହାରେ ଗୋଟିଏ ସମୟରେ ୫ ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ। ମାତ୍ର ଅର୍ଡରରେ ଏହା ସ୍ପଷ୍ଟ କରାଯାଇନଥିଲା ଯେ, ଏହି ଦୋକାନ କେଉଁ ଜୋନରେ ଖୋଲିବ ଏବଂ କେଉଁ ଜୋନରେ  ବନ୍ଦ ରହିବ। ଏବେ ରିପୋର୍ଟ ମୁତାବକ ସମସ୍ତ ତିନୋଟି ଜୋନ୍‌ରେ ମଦ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି।

କେନ୍ଦ୍ର ସରକାର ଶୁକ୍ରବାର ନୂତନ ଗାଇଡ୍‌ ଲାଇନ୍ ଜାରି କରି ସମଗ୍ର ଦେଶରେ ଲକ୍‌ଡାଉନ୍‌ ମେ ୧୭ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.