ଭୁବନେଶ୍ୱର ୨୪/୦୫: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଭୁବନେଶ୍ୱର ସମେତ୬ ଲୋକସଭା କ୍ଷେତ୍ରରେ ମତଦାନ ହେବ । ସେଥିପାଇଁ ଗୁରୁବାର ଠାରୁ ମଦ ଦୋକାନ ଓ ବାର୍ଗୁଡ଼ିକ ବନ୍ଦ କରି ଦିଆଯାଇଛି । ରବିବାର ସକାଳ ୧୦ଟା ବେଳେ ଦୋକାନ ଖୋଲିବ ।
ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନର ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଛି । ବିଜ୍ଞପ୍ତି ଅନୁସାରେ ଯେଉଁ ଜିଲ୍ଲାରେ ୨୫ ତାରିଖରେ ନିର୍ବାଚନ ସେଠାରେ ଗୁରୁବାର ଅପରାହ୍ଣ ଅର୍ଥାତ୍ ୨ତାରିଖ ୫ଟାରୁ ସମସ୍ତ ଦୋକାନ ବନ୍ଦ କରିଛନ୍ତି । ୨୬ ତାରିଖ ଅର୍ଥାତ ରବିବାର ଦିନ ୧୦ ବେଳେ ଦୋକାନ ଖୋଲିକ ।
ତା’ଛଡ଼ା ଯେଉଁ ଲୋକସଭା କ୍ଷେତ୍ରରେ ମତଦାନ ହେଉଥିବ ତାର ସୀମାନ୍ତ ଲୋକସଭା କ୍ଷେତ୍ରର ୭ରୁ୧୦ କିମି ଭିତରେ ଥିବା ମଦ ଦୋକାନ ଓ ବାର୍ଗୁଡ଼ିକ ବନ୍ଦ ରହିବ । ସେଥିପାଇଁ କିଛି ଦୋକାନ ମେ’ ୨୩ରୁ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ୬ ଦିନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି । ଜୁନ୍ ୧ ତାରିଖରେ ଯେଉଁ ଲୋକସଭା କ୍ଷେତ୍ରରେ ନିର୍ବାଚନ ହେବ ସେଠାରେ ମେ’ ୩୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ସବୁ ମଦ ଦୋକାନ ବନ୍ଦ ରହିବ ।
ସେମାନେ ଜୁନ୍ ୨ ତାରିଖ ୧୦ ପରେ ଦୋକାନ ଖୋଲିପାରିବେ । ଭୋଟ ଗଣତି ଦିନ ରାଜ୍ୟର ସମସ୍ତ ଠିପି ବନ୍ଦ ଓ ଖୋଲା ମଦ ଦୋକାନ, ଓଏସ୍ପିସି ଡିପୋ, ବଟ୍ଲିଂ ୟୁନିଟ୍ ମଧ ବନ୍ଦ ରଖିବାକୁ ଅବକାରୀ ବିଭାଗର ନିର୍ଦ୍ଦେଶ ରହିଛି । ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ୧ ତାରିଖରେ ଜଗତସିଂହପୁର ଜିଲ୍ଲାରେ ନିର୍ବାଚନ ହେବ ।
ସେଥିପାଇଁ ପାହାଳରେ ଥିବା ପାଲ୍ମନ୍ତ୍ରା ବାର୍ ବନ୍ଦ ରହିବ । କାରଣ ଜଗତସିଂହପୁର ଲୋକସଭା କ୍ଷେତ୍ରରେ ନିଆଳି ବିଧାନସଭା ଆସୁଛି । ନିଆଳି ବିଧାନସଭା ସୀମା ଠାରୁ ୭ରୁ୧୦ କିଲୋମିଟର ଦୂରରେ ପାଲ୍ମନ୍ତ୍ରା ବାର୍ ଆସୁଛି । ସେଥିପାଇଁ ଉକ୍ତ ବାର୍ ୩୦ ତାରିଖ ଅପରାହ୍ଣ ଠାରୁ ଅଢ଼େଇ ଦିନ ବନ୍ଦ ରହିବ ।
ଏଥିସହ ଫୁଲନଖରାର ଅନନ୍ତପୁର ଠିପି ବନ୍ଦ ଓ ଠିପି ଖୋଲା ଦୋକାନ, ନହରକଣ୍ଟା ଠିପି ବନ୍ଦ, ବନମାଳିପୁର ସି.ଏଲ୍, ୭ ମାଇଲ୍ସ ପ୍ରିମିୟମ, ପାହାଳ ବିୟର ପାର୍ଲର, ଟୁଇନ୍ ସିଟି ଠିପି ଖୋଲା ଭଳି ୧୧ଟି ଦୋକାନ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବନ୍ଦ ରହିବ । ଏପଟେ ଖୋର୍ଦ୍ଧାରେ ନିର୍ବାଚନ ଥିବାରୁ ବ୍ରହ୍ମପୁରର କିଛି ଦୋକାନ ବନ୍ଦ ମଧ୍ୟ ରହିବ ।