ଅପମିଶ୍ରଣ ବିଦେଶୀ ମଦ ବିକ୍ରି ନେଇ ଅଭିଯୋଗ, କାଉଣ୍ଟର ସିଲ୍ କଲା ଅବକାରୀ ବିଭାଗ

Published By : Prameya-News7 Bureau | December 24, 2022 IST

ସୋରୋ ୨୪/୧୨: ଅପମିଶ୍ରଣ ବିଦେଶୀ ମଦ ବିକ୍ରି ନେଇ ଅଭିଯୋଗ ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ମଦ କାଉଣ୍ଟରକୁ ସିଲ୍ କରିବା ସହିତ କାଉଣ୍ଟର ର ଦୁଇ କର୍ମଚାରୀଙ୍କୁ ଅଟକ କଲା ଅବକାରୀ ବିଭାଗ ।

ସୂଚନା ଥାଉକି, ଖଇରା ବଜାରରେ ଥିବା ବିଦେଶୀ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦ କାଉଣ୍ଟରରେ ଅପମିଶ୍ରଣ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଶନିବାର କଟକ ଅବକାରୀ ଡେପୁଟି ସୁପରିନ୍‌ଟେଣ୍ଡଣ୍ଟଙ୍କ ନେତୃତ୍ୱରେ ଆଜି ୩ ଜଣିଆ ଟିମ ଖଇରା ମଦ କାଉଣ୍ଟର ଦୀର୍ଘ ୪ ଘଂଟା ଚଢ଼ାଉ କରି କାଉଣ୍ଟର କର୍ମଚାରୀଙ୍କୁ ଅଟକ ରଖିବା ସହିତ ମଦ ଗୁଡିକ ନେଇ ପରୀକ୍ଷା ଗାର କୁ ନମୁନା ପାଇଁ ନେଇଥିଲେ ।

ନମୂନାରେ ଯଦି ଅପମିଶ୍ରଣ ବାହାରିବ ମଦ କାଉଣ୍ଟରର ପଞ୍ଜିକରଣ ରଦ୍ଦ କରାଯିବା ନେଇ ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।ଏଥିରେ ବାଲେଶ୍ଵର ଓ ଖଇରା ଅବକାରୀ ଅଧିକାରୀ ମାନେ ସହଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.