Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲିପାଟଣାରେ ଚୋର ଆତଙ୍କ, ଦୋକାନ ସଟର ତାଡି ନେଇଗଲେ ଟଙ୍କା ଓ ମଦ

2/06/2023 at 3:25 PM

ବାଲିପାଟଣା ୦୨/୦୬: ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଚୋର ଆତଙ୍କ । ବିଳମ୍ବିତ ରାତିରେ ମଦ ଦୋକାନ ସଟର ତାଡି ନେଇଗଲେ ଟଙ୍କା ଏବଂ ମଦ । ଚୋରୀ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଥାନାରେ ଏତଲା ପରେ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି ।

ବାଲିପାଟଣା ଥାନା ଗାରେଡ଼ି ପାଞ୍ଚଣ ଗ୍ରାମରେ ଆଶିଷ କୁମାର ପ୍ରତିହାରୀଙ୍କର ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି । ଗୁରୁବାର ବିଳମ୍ବିତ ରାତିରେ ଜଣେ ଚୋର ଦୋକାନ ପଛପାର୍ଶ୍ଵ ସଟର ଭାଙ୍ଗି ଦୋକାନ ଭିତରେ ପ୍ରବେଶ କରିଥିଲା । ଦୋକାନରେ ଥିବା ପ୍ରାୟ ୪୧ ହଜାର ଟଙ୍କାର କଏନ୍ ସହ ମଦ ଚୋରୀ କରି ନେଇଛି ଚୋର ।

ଚୋରୀ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ଶୁକ୍ରବାର ଦୋକାନର ମ୍ୟାନେଜର ବିଦ୍ୟାଧର ସାହୁ ପହଁଞ୍ଚିବା ପରେ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ବିଦ୍ୟାଧର ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସିସିଟିଭି ଆଧାରରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

   Related Posts