କାର୍‌ରୁ ମିଳିଲା ଦେଶୀମଦ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | January 20, 2023 IST

ପାଟଣା ୨୦/୦୧: କେନ୍ଦୁଝର ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦେଶ କ୍ରମେ ଇନିସପେକ୍ଟର ବେଣୁଧର ସାମଲଙ୍କ ନେତୃତ୍ବରେ ଗୁରୁବାର ପାଟଣା ଥାନା ଅନ୍ତର୍ଗତ ରାଧାପୁର ଗ୍ରାମର ବନ୍ଧ ନିକଟରେ ଚଢାଉ କରାଯାଇଥିଲା ।

ଏହି ଚଢାଉରେ କାର ସହ ଜବତ ହୋଇଥଲା ବିପୁଳ ପରିମାଣର ଦେଶୀ ମହୁଲି । ଜବତ ହୋଇଥିବା ମହୁଲିର ପରିମାଣ ୧୦୦ଲିଟର ହେବ ବୋଲି ସୂଚନା ମିଳିଛି । ତେବେ ଚଢାଉ ସମୟରେ ଜଣେ ଅଭିଯୁକ୍ତ ଜଣଙ୍କ ଚମ୍ପଟ ମାରିଥିବା ଜଣାପଡିଛି । ଏହି ଘଟଣାରେ ରାଧାପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ।

ଏହି ଚଢାଉରେ ପାଟଣା ଓଆଇସି ଶରତ ଚନ୍ଦ୍ର ବାରିକ, ମାନସ ରଂଞ୍ଜନ ବଡଜେନା, ପ୍ରିୟମ୍ବିତା ଓଝା,ସ୍ବାଭିମାନ ବଡଜେନା,ଗିରିଜା ନନ୍ଦନ ଜେନା,କନେଷ୍ଟବଳ ଅଖିଳ ଚନ୍ଦ୍ର ସର୍ଦ୍ଧାର,ତପନ କୁମାର ସାହୁ,ଆଲୋକ କୁମାର ସାହୁ,ଫଲୁମଣୀ ନାଏକ,ପ୍ରହଲ୍ଲାଦ ମହାନ୍ତ ପ୍ରମୁଖ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.