ସ୍ୱତନ୍ତ୍ର ଟିମ୍‌ର ଚଢାଉ: ଲକ୍ଷାଧିକ ଟଙ୍କାର ଦେଶୀ, ବିଦେଶୀ ମଦ ଜବତ, ୩ ଗିରଫ

Published By : Prameya-News7 Bureau | December 08, 2022 IST

ଭଦ୍ରକ ୦୮/୧୨: ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍‌ର ଚଢାଉ । ଏହି ଚଢାଉରେ ବିପୁଳ ପରିମାଣର ଚୋରା ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

ଏହି ସ୍ୱତନ୍ତ୍ର ଟିମ ଧୁଷୁରୀ ଥାନା ଅନ୍ତର୍ଗତ ନଦୀଗାଁ, ଧୁଷୁରୀ ବଜ଼ାର, ବେତାଳିଗାଁ ଓ ଆରଡ଼ି ବଜାର ଅଞ୍ଚଳରେ ଚଢାଉ କରାଯାଇ ୭୨ ଲିଟର ବିଦେଶୀ ମଦ, ୫ ଲିଟର ବିଅର ଓ ୫ ଲିଟର ଆସ୍କା ଫର୍ଟି ମଦ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ଆରଡ଼ି ଗ୍ରାମର ପ୍ରତାପ କୁମାର ପାଢ଼ୀ ଓରଫ ଧନ, ନଦୀଗାଁ ଗ୍ରାମର ପଞ୍ଚାନନ ସାହୁ ଓ ବ୍ରାହ୍ମଣୀପାଳ ଗ୍ରାମର ଉତ୍ତମ କୁମାର ନାୟକ । ଜବତ ମଦର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.