ବନ୍ଦ ସ୍କୁଲ ଘରେ ଚାଲିଥିଲା ମଦ ପ୍ରସ୍ତୁତ, ଅବକାରୀ ବିଭାଗର ଚଢାଉରେ ହେଲା ପର୍ଦ୍ଦାଫାସ

Published By : Prameya-News7 Bureau | December 06, 2023 IST

ସୁନ୍ଦରଗଡ ୦୬।୧୨ : ସ୍କୁଲ ଘରୁ ମିଳିଲା ଦେଶୀ ମଦ, ମହୁଲ, ପୋଚ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବନ୍ଧବାହାଲ ଗାଁ ସ୍କୁଲରୁ ଏପରି ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ଅବକାରୀ ବିଭାଗ ଏହି ଘଟଣାରେ କାହାକୁ ଗିରଫ କରିନାହିଁ ।

wp:embed {"url":"https://www.prameyanews7.com/group-clash-in-anandapur-agarada-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/group-clash-in-anandapur-agarada-village/
/wp:embed

ଖବର ଅନୁଯାୟୀ,  ବନ୍ଧବାହାଲ ଗାଁରେ ଛାତ୍ର ଛାତ୍ରୀ ନହେବାରୁ ସରକାରୀ ନିୟମ ଅନୁସାରେ ପ୍ରାୟ ୩ ବର୍ଷ  ହେବ ବନ୍ଦ ହୋଇ ପଡ଼ିରହିଛି ଏହି ସରକାରୀ ସ୍କୁଲ୍ । ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ବନ୍ଦ ଥିବା ସ୍କୁଲରେ ପହଞ୍ଚିଥିଲା । ଆଉ ଚଢାଉରେ ସ୍କୁଲର ଶୌଚାଳୟ  ଭିତରୁ ବହୁ ମାତ୍ରାରେ ମହୁଲ ପୋଚ ସାଙ୍ଗକୁ ଦେଶୀ ମଦ ଭର୍ତ୍ତି ଜାର ଏବଂ ମଦତିଆରି ପାଇଁ ବ୍ୟବହାର ହେଉଥିବା ଉପକରଣ ଗୁଡିକୁ ଜବତ କରିଛି । ସ୍କୁଲ୍ ଗୃହ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା । ଏହାସହିତ ବିଦ୍ୟାଳୟର ଚାବି ପଞ୍ଚାୟତ କାର୍ଯ୍ୟାଳୟରେ ରହିଛି । ତେବେ କିଏ କେବେ ଠାରୁ ଏହି ବନ୍ଦ ବିଦ୍ୟାଳୟକୁ ମଦ ତିଅ।ରି ସ୍ଥାନରେ ପରିଣତ କରିଛି ତାହା ଜଣାପଡିନାହିଁ ।

ସେପଟେ ଅବକାରୀ ବିଭାଗ ପକ୍ଷରୁ ସମସ୍ତ ମଦ, ସାମଗ୍ରୀକୁ ଜବତ କରାଯାଇ ଘଟଣାର ତଦନ୍ତ କରାଯାଉଛି। । ବନ୍ଦ ସରକାରୀ ସ୍କୁଲ୍ ଗୃହକୁ ନିଜ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରାଯାଉଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏକ ବନ୍ଦ ଥିବା ବିଦ୍ୟାଳୟରେ ଏଭଳି ମଦ କାରବାର ପାଇଁ ବ୍ୟବହାର କରାଯିବା ଘଟଣାକୁ ସ୍ଥାନୀୟ ସରପଞ୍ଚ ନିନ୍ଦା କରିଛନ୍ତି  । ଏହାସହିତ ଯିଏ ଏହି କାର୍ଯ୍ୟରେ ଲିପ୍ତ ଥିବେ ତାକୁ ଅବକାରୀ ବିଭାଗ ତୁରନ୍ତ ଗିରଫ କରିବାର ଅ।ବଶ୍ୟକତା ଥିବା କହିଛନ୍ତି ସରପଞ୍ଚ ।

wp:embed {"url":"https://www.prameyanews7.com/did-amitabh-bachchan-unfollow-aishwarya/","type":"wp-embed","providerNameSlug":"prameya-news-7"}
https://www.prameyanews7.com/did-amitabh-bachchan-unfollow-aishwarya/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.