ଦୀପାବଳିରେ ଦିଲ୍ଲୀବାସୀ ବୋହିନେଲେ ମଦ, ସରକାରଙ୍କ ରାଜସ୍ୱ ୫୨୫ କୋଟି ଟଙ୍କା

Published By : Prameya-News7 Bureau | November 14, 2023 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଦୀପାବଳି ଅବସରରେ ଶୁକ୍ରବାରରୁ ରବିବାର ମଧ୍ୟରେ ପ୍ରାୟ ୧୨୧ କୋଟି ଟଙ୍କାର ୬୪ ଲକ୍ଷ ମଦ ବୋତଲ ବିକ୍ରି ହୋଇଛି । ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଦୀପାବଳିର ଗୋଟିଏ ସପ୍ତାହ ପୂର୍ବେ ଏକ କୋଟିରୁ ଅଧିକ ମଦ ବୋତଲ ବିକ୍ରି ଯୋଗୁଁ ସରକାରଙ୍କ ଆୟ ୨୩୪.୧୫ କୋଟି ଟଙ୍କା ହୋଇଛି । ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଦିଲ୍ଲୀରେ ହୋଲି ଓ ଦୀପାବଳି ପରି ଉତ୍ସବ ସମୟରେ ମଦ ବିକ୍ରି ବଢି ଯାଇଥାଏ ।

ଡାଟା ଅନୁସାରେ ଦୀପାବଳି ପୂର୍ବର ୧୭ ଦିନରେ ମୋଟ ବିକ୍ରି ୩ କୋଟି ବୋତଲରୁ ଅଧିକ ଥିଲା । ଯେଉଁଥିରୁ ୫୨୫.୮୪ କୋଟି ଟଙ୍କାର ରାଜସ୍ୱ ମିଳିଛି । ସେହିପରି ଦୀପାବଳିର ଠିକ୍ ତିନି ଦିନ ଗୁରୁବାର, ଶୁକ୍ରବାର ଓ ଶନିବାରରେ ଯଥାକ୍ରମେ ୧୭.୩୩ ଲକ୍ଷ, ୧୮.୮୯ ଲକ୍ଷ ଓ ୨୭.୮୯ ଲକ୍ଷ ବୋତଲ ବିକ୍ରି ହୋଇଛି । ଦୀପାବଳି ଦିନ ମଦ ଦୋକାନ ବନ୍ଦ ରହିଥିଲା ।

ତିନି ଦିନରେ ମୋଟ ୬୪ ଲକ୍ଷରୁ ଅଧିକ ମଦ ବୋତଲ ବିକ୍ରିରୁ ଦିଲ୍ଲୀ ସରକାରଙ୍କୁ ମୋଟ ୧୨୦.୯୨ କୋଟି ଟଙ୍କା ରାଜସ୍ୱ ମିଳିଛି । ୨୦୨୨ରେ ଦୀପାବଳି ପୂର୍ବର ୧୭ ଦିନରେ ଦିଲ୍ଲୀରେ ୨.୧ କୋଟି ମଦ ବୋତଲ ବିକ୍ରି ହୋଇଥିଲା । ଏହି ତୁଳନାରେ ଚଳିତ ବର୍ଷ ୪୨ ପ୍ରତିଶତ ଅଧିକ ମଦ ବୋତଲ ବିକ୍ରି ହୋଇଛି ।

Also Read: ମଦ ଦୁର୍ନୀତି ମାମଲା ପରେ କେଜ୍ରିଓ୍ୱାଲଙ୍କୁ ଆଉ ଏକ ଝଟକା, ଦେବାକୁ ହେବ ଜରିମାନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.