ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ମଦ ମାଫିଆ ଓ ପୋଲିସ କର୍ମଚାରୀଙ୍କ ସଲାସୁତୁରା ଅଡ଼ିଓ ଭାଇରାଲ୍‌; ତଦନ୍ତ ଆରମ୍ଭ କଲା ପୋଲିସ

28/09/2022 at 9:55 PM

ପାରଳାଖେମୁଣ୍ଡି ୨୮/୦୯: ପୋଲିସ କର୍ମଚାରୀ ଓ ମଦ ବ୍ୟବସାୟୀଙ୍କ କଥାବାର୍ତ୍ତାର ଅଡିଓ କ୍ଲିପ୍‌ ରେକର୍ଡ ଭାଇରାଲ ହୋଇଛି।  ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଜଣେ ପୋଲିସ ବିଭାଗର କର୍ମଚାରୀ ଓ କିଛି ମଦ ବ୍ୟବସାୟୀଙ୍କ ଅଡିଓ ଭାଇରାଲ ହେବା ପରେ ମଦ ବ୍ୟବସାୟ ସହ ପୋଲିସର ସମ୍ପୃକ୍ତିକୁ  ନେଇ  ପାରଳାଖେମୁଣ୍ଡିରେ ଚର୍ଚ୍ଚା ଜୋର୍‌ ଧରିଛି। ଅଡ଼ିଓରୁ ଶୁଣିବିକୁ ମିଳୁଛି ଯେ, ମଦ ଚୋରା ଚାଲାଣ ବେଳେ ପୋଲିସର କିଛି କର୍ମଚାରୀ ମଦ ସହ ବ୍ୟବସାୟୀଙ୍କୁ ମଧ୍ୟ ଧରିଥିଲେ। କିନ୍ତୁ ଛାଡ଼ିବା ପାଇଁ ତାଙ୍କ ଠାରୁ ଟଙ୍କା ପୋଲିସ ମାଗିବା ବେଳର କଥାବାର୍ତ୍ତା ଅଡିଓ ଏବେ ଭାଇରାଲ ହେଉଛି।

ଜବତ ହୋଇଥିବା ଚୋରା ମଦର ମୂଲ୍ୟ ୫ ହଜାର ହେବ ବୋଲି କୁହାଯାଉଥିବା ବେଳେ ପୋଲିସ ବେପାରିମାନଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରୁଥିବା ଅଡିଓରୁ ଜଣା ପଡିଛି। ଏନେଇ ତଦନ୍ତ ଆରମ୍ଭ ହୋଇଛି, ଏଥିରେ ଯାହାର ବି ସମ୍ପୃକ୍ତି ରହିଛି ନିଶ୍ଚିତ ଭାବେ ତାଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି ବୋଲି କହିଛନ୍ତି।  ସେ ଆହୁରି କହିଛନ୍ତି  କୌଣସି ମତେ ଏଭଳି କାର୍ଯ୍ୟକଳାପକୁ ବିଭାଗ କଦାପି ବରଦାସ୍ତ କରିବ ନାହିଁ।     

   Related Posts