scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସରକାରୀ କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ, ମଦ ଆସରରେ ମାତିଲେ ଯନ୍ତ୍ରୀ

24/07/2023 at 5:02 PM

ମାର୍ଶାଘାଇ ୨୪/୦୭: ଅଫିସ କାର୍ଯ୍ୟାଳୟରେ ମଦର ଆସର । କେନ୍ଦ୍ରାପଡା ଜିଲ୍ଲା ଜଳସଂପଦ ବିଭାଗ ପୁନ୍ଦାଳ ନର୍ଥ ସବଡିଭିଜନର ନାରାୟଣପୁର ସେକ୍ସନ୍ ଅଫିସର ଯନ୍ତ୍ରୀ ସହିତ ଅନ୍ୟ ଜଣେ ଯନ୍ତ୍ରୀଙ୍କର ମଦ୍ୟ ପାନର ଭିଡିଓ ଦେଖିବାକୁ ମିଳିଛି । ଭିଡିଓରେ ତିନିଜଣ ଗୋଟିଏ ଟେବୁଲ ଚାରିପଟେ ବସିଛନ୍ତ । ଆଉ ଟେବୁଲ୍‌ ଉପରେ ଟାଖମା ସହିତ ରଖାହୋଇଛି ମଦ ଭର୍ତ୍ତି ଗ୍ଲାସ୍ ।

ସେହିଭଳି ଅନ୍ୟ ଜଣେ ଯନ୍ତ୍ରୀ ହାତରେ ଗ୍ଲାସ ଧରି ମଦ୍ୟ ପାନ କରୁଥିବା ଭିଡିଓ ଦେଖିବାକୁ ମିଳିଛି। ତେବେ ନାରାୟଣପୁର ସେକ୍ସନ୍ ଅଫିସର ଜେଇ ମହାଶୟ ଖାଲି ଦେହରେ ବସିଥିବାର ଚିତ୍ର ଦେଖିବାକୁ ମିଳିଛି । ଘଟଣାର ଭିଡିଓ ଭାଇରାଲ୍ ହେବାପରେ ସବୁଠି ଚର୍ଚ୍ଚା ହେଉଛି । ଯନ୍ତ୍ରୀ ମାନେ ମଦ ପିଉଥିବାର ଭିଡିଓରେ ଦେଖାଯାଉଥିବା ସ୍ଥାନ ନାରାୟଣପୁର ସେକ୍ସନ୍ ଅଫିସ । ତେବେ ଏଠାରେ କହିରଖୁଯେ, ଆମ ପକ୍ଷେ ସେ ଭିଡିଓ ଦେଖାଇବା ସମ୍ଭବ ନୁହେଁ ବୋଲି ଆମେ ସେହି ଭିଡିଓର ପ୍ରସାରଣ କରିପାରୁନୁ ।

you can also read…

   Related Posts