ଗ୍ରୀନ ଜୋନ୍ରେ ଖୋଲିବ ମଦ ଦୋକାନ, କିନ୍ତୁ କାଉଣ୍ଟର ଆଗରେ ୫ ଜଣରୁ ଅଧିକ ଛିଡା ହେବେନି
1/05/2020 at 7:52 PM

ନୂଆଦିଲ୍ଲୀ ୦୧।୦୫: କରୋନା ଭାଇରସ୍ର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩ରେ ଶେଷ ହେବାକୁ ଥିବା ଲକ୍ଡାଉନ୍କୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହେଲେ ରେଡ୍ ଜୋନ୍, ଗ୍ରୀନ ଜୋନ୍ ଓ ଅରେଞ୍ଜ ଜୋନ୍କୁ ନେଇ ଅଲଗା ଅଲଗା ଗାଇଡ୍ ଲାଇନ୍ ଜାରି କରାଯାଇଛି। ଗ୍ରୀନ ଜୋନ୍ ଓ ଅରେଞ୍ଜ ଜୋନରେ ଅନେକ କୋହଳ ଦିଆଯାଇଛି। ଲକ୍ଡାଉନ୍ରେ ମଦ ଓ ପାନ ଦୋକାନ ଖୋଲିବା ନେଇ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ଖୁସିର ଖବର। ଏହି ଖବର କେବଳ ଗ୍ରୀନ ଜୋନ୍ ପାଇଁ ଉଦ୍ଦିଷ୍ଟ। କେନ୍ଦ୍ର ସରକାର ଗ୍ରୀନ ଜୋନ୍ ଜିଲ୍ଲାଗୁଡିକରେ ମଦ ଦୋକାନ ଓ ପାନ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ମଦ ଦୋକାନ ଓ ପାନ ଦୋକାନ ମେ ୪ରୁ ଖୋଲା ହେବ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଗ୍ରୀନ ଜୋନରେ ମଦ ଦୋକାନ ଓ ପାନ ଦୋକାନ ଖୋଲିବ। କିନ୍ତୁ ଉଭୟ ଦୋକାନ ମଧ୍ୟରେ ସର୍ବନିମ୍ନ ଛଅ ଫୁଟ ଦୂରତା ସୁନିଶ୍ଚିତ କରାଯିବ। ଦେକାନରେ ଏକକାଳୀନ ୫ ଜଣରୁ ଅଧିକ ଗ୍ରାହକ ରହି ପାରିବେ ନାହିଁ। ଏହା ସହିତ ଦୋକାନରେ ସାମାଜିକ ଦୂରତ୍ଵ ନିୟମ କଡାକଡି ପାଳନ କରାଯିବ। ନିୟମ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।