ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅଭିନେତ୍ରୀ ରିଆ ଓ ଲିପ୍‌ସାଙ୍କର ସରିଲା ନିର୍ବନ୍ଧ, ଖୁବଶୀଘ୍ର ହେବ ବିବାହ

11/11/2022 at 8:35 AM

ଭୁବନେଶ୍ୱର ୧୧।୧୧ : ଓଲିଉଡ୍‌ରେ ଆରମ୍ଭ ହେଲା ବିବାହର ଋତୁ । ଗୋଟିଏ ଦିନରେ ଦୁଇ ଜଣ ହିରୋଇନ୍‌ଙ୍କର ସରିଛି ନିର୍ବନ୍ଧ । ଏବେ ବିବାହକୁ ଅପେକ୍ଷା । ଖୁବଶୀଘ୍ର ଘୋଷଣା ହେବେ ଅଭିନେତ୍ରୀ ଲିପ୍‌ସା  ମହାପାତ୍ର ଓ ରିଆ ଦେଙ୍କ ବିବାହ ତାରିଖ ।

ଖବର ଅନୁଯାୟୀ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଜଣ ନାୟିକା ରିଆ ଦେ ଏବଂ ଲିପ୍‌ସା ମହାପାତ୍ରଙ୍କ ନିର୍ବନ୍ଧ ସରିଛି । ଯାହାର ଫଟୋ ଉଭୟେ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଓଲିଉଡ ନାୟିକା ରିଆ ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଫଟୋ ସେ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ସେହିପରି ଲିପ୍‌ସା ମହାପାତ୍ର ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିବେ। ବୁଧବାର ଲିପ୍‌ସା ଓ ଆକାଶଙ୍କର ନିର୍ବନ୍ଧ ସରିଛି । ଲିପ୍‌ସା ନିଜ ନିର୍ବନ୍ଧ ଫଟୋ ସୋସିଆଲ୍‌ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଉଭୟ ରିଆ ଓ ଲିପ୍‌ସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

   Related Posts