ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ନୂଆ ସଂସଦ ଭବନ ଛାତରେ ଲାଗିଥିବା ଅଶୋକ ସ୍ତମ୍ବରେ ସିଂହଙ୍କ ସ୍ୱରୂପକୁ ଚାଲେଞ୍ଜ କରି ଆଗତ ପିଟିସନ ସୁପ୍ରିମକୋର୍ଟରେ ଖାରଜ

30/09/2022 at 7:36 PM

ନୂଆଦିଲ୍ଲୀ ୩୦।୯: ସେଣ୍ଟ୍ରାଲଭିଷ୍ଟା ପ୍ରକଳ୍ପରେ ନିର୍ମିତ ନୂଆ ସଂସଦ ଭବନ ଛାତରେ ଲାଗାଯାଇଥିବା ଅଶୋକ ସ୍ତମ୍ବର ସିଂହମାନଙ୍କର ସ୍ୱରୂପକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ପିଟିସନ ଶୁକ୍ରବାର ଅଗ୍ରାହ୍ୟ ହୋଯାଇଛି। ଦୁଇ ଓକିଲଙ୍କ ପକ୍ଷରୁ ରୁଜୁ ପିଟିସନରେ ରାଷ୍ଟ୍ରୀୟ ପ୍ରତୀକରେ ଲାଗିଥିବା ସିଂହମାନଙ୍କ ମୁଦ୍ରାକୁ ନେଇ ପ୍ରଶ୍ନଚିହ୍ନ ଲଗା ଯାଇଥିଲା।

ଆବେଦନରେ ନୂଆ ସଂସଦ ଭବନରେ ଲାଗିଥିବା ରାଷ୍ଟ୍ରୀୟ ପ୍ରତୀକର ସିଂହ, ସାରନାଥ ମ୍ୟୁଜିୟମରେ ସଂରକ୍ଷିତ ରାଷ୍ଟ୍ରୀୟ ଚିହ୍ନର ଗମ୍ଭୀର, ଶାନ୍ତ ସିଂହଙ୍କ ତୁଳନାରେ ଅନେକଗୁଣା ଅଧିକ କ୍ରୁର ଦେଖଯାଉଥିବା ଉଲ୍ଲେଖ କରିଥିଲେ। ଏହା ଭାରତୀୟ ରାଷ୍ଟ୍ରୀୟ ଚିହ୍ନ (ଦୂରୁପଯୋଗ ନିରାକରଣ) ଆକ୍ଟର ଉଲ୍ଲଂଘନ ବୋଲି ଦର୍ଶାଇଥିଲେ। ଏହି ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏମ.ଆର.ଶାହା ଓ ଜଷ୍ଟିସ୍ କୃଷ୍ଣମୁରାରୀଙ୍କ ପୀଠ ଶୁକ୍ରବାର ଶୁଣାଣି କରିଥିବା ବେଳେ ଏହା ଦେଖିବା ଲୋକଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ ବୋଲି କହିଛନ୍ତି।

ଦୁଇ ସଦସୀୟ ପୀଠ କହିଛନ୍ତି ଯେ ସେଠାରେ ଲଗାଯାଇଥିବା ଅଶୋକସ୍ତମ୍ବର ସିଂହ କୌଣସି ପ୍ରକାର ଆକ୍ଟର ଉଲ୍ଲଂଘନ ନୁହେଁ ବୋଲି କହିଛନ୍ତି। ତେବେ ଓକିଲ ସେଥିରେ ସିଂହଗୁଡିକ ବହୁତ ଅଧିକ ଆକ୍ରମକ ଦେଖାଯାଉଥିବା କହିବାରୁ ଜଷ୍ଟିସ୍ ଶାହ ଏହା ଦେଖିବା ଲୋକର ଚିନ୍ତାଧାରା ଉପରେ ନିର୍ଭର କରୁଥିବା କହି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ କେବଳ ଓକିଲମାନେ ନୁହନ୍ତି ବିରୋଧୀ ଦଳ ମଧ୍ୟ ରାଷ୍ଟ୍ରୀୟ ପ୍ରତୀକର ସ୍ୱରୂପ ବଦଳାଇ ଦିଆଯାଇଥିବାର ଅଭିଯୋଗ କରିଥିଲେ।  

   Related Posts