ଫିଫା ବିଶ୍ଵ କପ୍‌ ଟ୍ରଫିକୁ ଧରି ଶୋଇଲେ ଲିଓନେଲ୍ ମେସି, ଇନଷ୍ଟାଗ୍ରାମରେ ସେୟାର କଲେ ଫଟୋ

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଲୀ: ସାକାର ହେଲା ବିଶ୍ଵ କପ୍ ଜିତିବା ସ୍ଵପ୍ନ। ଆଉ ଫିଫା ବିଶ୍ଵ କପ୍ ଟ୍ରଫି ଧରି ଆର୍ଜେଣ୍ଟିନା ଫେରିଛନ୍ତି ଲିଓନେଲ୍ ମେସିଙ୍କ ନେତୃତ୍ଵାଧୀନ ବିଶ୍ଵ ଚାମ୍ପିଅନ ଦଳ। ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ୍ ମେସି ମଙ୍ଗଳବାର ନିଜ ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ସହିତ ଉତ୍ସବ ମନାଇବା ପରେ ନିଜ ବିଛଣାରେ ବିଶ୍ଵ କପ୍ ସହିତ ଫଟୋ ଉଠାଇଛନ୍ତି। ମେସି ଇନଷ୍ଟାଗ୍ରାମରେ ଏହି ସୁନ୍ଦର ଫଟୋ ସେୟାର କରିଛନ୍ତି। ବିଶ୍ଵ କପ୍ ଟ୍ରଫିକୁ ହାତରେ ଧରି ମେସି ଶୋଇଥିବା ଫଟୋରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ବିଶ୍ଵ କପ୍ ଜିତିବ ପରେ ମଙ୍ଗଳବାର ଆର୍ଜେଣ୍ଟିନା ସ୍ଵଦେଶ ଫେରିଛି। ରାଜଧାନୀ ବ୍ୟୁନସ ଆୟର୍ସର ଇଜିଜା ବିମାନ ବନ୍ଦରରେ ପହଞ୍ଚିବା ପରେ ହଜାର ହଜାର ଫୁଟବଲ୍ ପ୍ରେମୀ ଦଳକୁ ଭବ୍ୟ ସ୍ଵାଗତ କରିଛନ୍ତି।

କାତାରର ରାଜଧାନୀ  ଦୋହାର ଲୁସେସ ଷ୍ଟାଡିୟମରେ ରବିବାର ଆୟୋଜିତ ବିଶ୍ଵ କପ୍ ଫାଇନାଲ୍‌ରେ ଆର୍ଜେଣ୍ଟିନା ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଫ୍ରାନ୍ସକୁ ୪-୨ ଗୋଲ୍‌ରେ ହରାଇଛି। ୩୬ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଆର୍ଜେଣ୍ଟିନା ତୃତୀୟ ଥର ଫିଫା ବିଶ୍ଵ କପ୍ ଜିତିବାରେ ସଫଳ ହୋଇଛି।

wp:html
/wp:html

ବିମାନ ବନ୍ଦରରେ ପହଞ୍ଚିବା ପରେ ଆର୍ଜେଣ୍ଟିନା ଖେଳାଳି ବସ୍‌ରେ ବସି ରୋଡ୍ ଶୋ କରିଛନ୍ତି। ଯେଉଁ ଯେଉଁ ମାର୍ଗ ଦେଇ ବସ୍ ଗତି କରିଥିଲା, ତାର ଉଭୟ ପାର୍ଶ୍ଵରେ ପ୍ରଶଂସକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଲୋକେ ସଡକକୁ ଓହ୍ଲାଇ ନିଜ ଖେଳାଳିଙ୍କୁ ଅଭିବାଦନ ଜଣାଇଛନ୍ତି। ବସ୍ ଉପରେ ଖେଳାଳି ଟ୍ରଫି ଧରି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

ରାଜଧାନୀର ଲୋକପ୍ରିୟ ସ୍ମାରକ ଓବିଲିସ୍କ ପର୍ଯ୍ୟନ୍ତ ପହଞ୍ଚିବା ପୂର୍ବରୁ ଖେଳାଳି ଖୋଲା ବସ୍‌ରେ ସହରକୁ ଗୋଟିଏ ଚକ୍କର ଲଗାଇଥିଲେ। ସ୍ମାରକ ଓବିଲିସ୍କ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି। ଏଠାରେ ଲାଇଭ ବ୍ୟାଣ୍ଡ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ସମୟରେ ପରେଡ୍‌ର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.