Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଲିଓନାଲ ମେସିଙ୍କ ବଡ଼ ଘୋଷଣା, କତାରରେ ଖେଳିବେ ଶେଷ ବିଶ୍ୱକପ୍‌ !

8/10/2022 at 11:34 AM

ନୂଆଦିଲ୍ଲୀ ୦୮।୧୦ : ଫୁଟବଲ୍‌କୁ ବାଏ ବାଏ କହିବେ ଲିଓନାଲ ମେସି । ଅର୍ଜେଣ୍ଟିନାର ଏହି ଷ୍ଟାର୍‌ ଫୁଟବଲ୍‌ ନିଜ ଫ୍ୟାନ୍‌ସକୁ ଜୋରଦାର ଝଟ୍‌କା ଦେଇଛନ୍ତି । ୨୦୨୨ କତାର ବିଶ୍ୱକପ୍‌ ତାଙ୍କ ଫୁଟବଲ୍‌ କ୍ୟାରିୟରର ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ହେବ ବୋଲି କହିଛନ୍ତି ।  କତାର ବିଶ୍ୱକପ୍‌ରେ ସେ ସନ୍ୟାସ ଘୋଷଣା କରିପାରନ୍ତି ବୋଲି ସୂଚନା ଦେଇଛନ୍ତି ।

ଏକ ସାକ୍ଷାତକାର ସମୟରେ ମେସିଙ୍କୁ ସନ୍ୟାସ ନେଇ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ରଖି ସେ କହିଥିଲେ କି, କତାରରେ ହେବାକୁ ଥିବା ୨୦୨୨ ବିଶ୍ୱକପ୍‌ ତାଙ୍କ ଫୁଟବଲ କ୍ୟାରିୟରର ଶେଷ ବଡ଼ ଟୁର୍ଣ୍ଣାମେଣ୍ଟ ହେବ । ମୋତେ ଏବେ ୩୯ ବର୍ଷ । ଆଗାମୀ ବିଶ୍ୱକପ୍‌ ୨୦୨୬ରେ ଅନୁଷ୍ଠିତ ହେବ । ତେଣୁ ସେହି ସମୟରେ ମୋ ବୟସକୁ ବି ଧ୍ୟାନ ଦେବା ଦରକାର । ହୁଏତ ତାପୂର୍ବରୁ ମୁଁ ଅବସର ନେଇସାରିଥିବି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଏବେ ଚିନ୍ତାରେ ଅଛି । ଆଗାମୀ ବିଶ୍ୱକପ୍‌ ଲାଗି ମୁଁ ଗୋଟିଏ ଗୋଟିଏ ଦିନ ଗଣୁଛି । ଏହା ମୋ କ୍ୟାରିୟରର ଶେଷ ବିଶ୍ୱକପ୍‌ । ଯାହାକୁ ଦୃଷ୍ଟିରେ ରଖି ମୁଁ ମୋ ପ୍ରଦର୍ଶନ ଉପରେ ମଧ୍ୟ ଧ୍ୟାନ ଦେବାକୁ ଚାହୁଁଚି । ବିଶ୍ୱକପ୍‌ରେ ସମସ୍ତ ମ୍ୟାଚ୍‌ କଠିନ ହେବ । ଆମଠାରୁ ମଧ୍ୟ ଭଲ ପ୍ରଦର୍ଶନ କରୁଥିବା ଦଳ ଅଛନ୍ତି । ତେଣୁ ଆମକୁ ଆମ ଖେଳ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ।

ସୂଚନାଯୋଗ୍ୟ ଯେ, ମେସି ନିଜ ଆନ୍ତର୍ଜାତୀୟ କ୍ୟାରିୟର ବେଶ୍‌ ସଫଳ ରହିଛି । ଆର୍ଜେଣ୍ଟିନା ତରଫରୁ ଖେଳି ମୋଟ ୯୦ଟି ଗୋଲ୍‌ କରିଛନ୍ତି । ସେହିପରି ବାର୍ସିଲୋନା କ୍ଲବ ତରଫରୁ ଖେଳି ମେସିଙ୍କ ରେକର୍ଡ ଜୋରଦାର ପ୍ରଭାବୀ ରହିଛି । ମେସି ୨୦୦୪ରୁ ୨୦୨୧ ପର୍ଯ୍ୟନ୍ତ ବାର୍ସିଲୋନା ପାଇଁ ଖେଳିଛନ୍ତି । ମୋଟ ୫୨୦ ମୁକାବିଲା ଖେଳି ୪୭୪ଟି ଗୋଲ୍‌ କରିଛନ୍ତି । ମେସି ବିଶ୍ୱର ଜଣେ ଶ୍ରେଷ୍ଠ ଫୁଟବଲରଙ୍କ ମଧ୍ୟରୁ ଅନ୍ୟତମ ।   

   Related Posts